ଆକ୍ସନରେ BCCI, ଏବେ ଏହି ବରିଷ୍ଠଙ୍କ ଟିମ୍‌ ଇଣ୍ଡିଆରୁ ଛୁଟି !

Published By : Prameya-News7 Bureau | November 26, 2022 IST

wp:paragraph {"fontSize":"medium"}

ମୁମ୍ବାଇ ୨୯।୧୧ : ଆକ୍ସନରେ ବିସିସିଆଇ । ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ର ଶୋଚନୀୟ ପରାଜୟରେ ଫୁଲ୍‌ ଦମ୍‌ରେ ଆକ୍ସନକୁ ଆସିଛି ବିସିସିଆଇ । ପ୍ରଥମେ ଉଭୟ ଫର୍ମାଟରେ ଅଲଗା ଅଲଗା କ୍ୟାପେଟନ୍‌ ରଖିବା କଥା ହେଉ କି ପୁରା ଚୟନ କମିଟିକୁ ବରଖାସ୍ତ କରିବା ହେଉ । ଟି-୨୦ ବିଶ୍ୱକପ୍‌ରେ ପରାଜୟ ପରେ ଏମିତି କିଛି କାର୍ଯ୍ୟାନୁଷ୍ଠାନ ନେଉଛି ବିସିସିଆଇ । ଏବେ ଆଉ ଏକ କଥା ଚର୍ଚ୍ଚାକୁ ଆସିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ବିସିସିଆଇ ଟିମ୍‌ର ମେଣ୍ଟାଲ କଣ୍ଡିସନ୍‌ କୋଚ୍‌ ପେଡି ଆପ୍ଟେନଙ୍କ ଚୁକ୍ତିକୁ ରିନ୍ୟୁ କରିନାହିଁ । ତାହେଲେ ଟିମ୍‌ ଇଣ୍ଡିଆର  ଆଗାମୀ ବାଂଲାଦେଶ ଗସ୍ତରେ ଆପ୍ଟେନ ଯିବେନାହିଁ । ଟି-୨୦ ବିଶ୍ୱକପ୍‌ ଶେଷ ହେବା ସହିତ ପେଡି ଆପ୍ଟେନ୍‌ଙ୍କ ଚୁକ୍ତି ଶେଷ ହୋଇଯାଇଛି । ସାଉଥ ଆଫ୍ରିକାର ଆପ୍ଟେନ୍‌ଙ୍କୁ କୋଚ୍‌ ଦ୍ରାବିଡ ବହୁତ ପସନ୍ଦ କରନ୍ତି । ଦ୍ରାବିଡ଼ଙ୍କ ପରାମର୍ଶରେ ହିଁ ବୋର୍ଡ ୫୩ ବର୍ଷୀୟ ଆପ୍ଟେନ୍‌ଙ୍କୁ ମେଣ୍ଟାଲ୍‌ କଣ୍ଟିସନିଂ କୋଚ୍‌ ଭାବେ ନିଯୁକ୍ତି କରିଥିଲେ । ଆପ୍ଟେନ୍‌ ଏହି ବର୍ଷ ଜୁଲାଇ ମାସରୁ ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତଠାରୁ ହିଁ ବିସିସିଆଇ ସହିତ ଜଡିତ ହୋଇଥିଲେ ।

ସେହିପରି ଏହାପୂର୍ବରୁ ସେ ୨୦୦୮-୧୧ ସମୟରେ ଟିମ୍‌ ସହିତ ଯୋଡି ହୋଇଥିଲେ ଆପ୍ଟେନ୍‌ । ଏହି କୋଚ ଗ୍ୟାରି କଷ୍ଟର୍ନ ଥିଲେ । ରାହୁଲ ଦ୍ରାବିଡଙ୍କ ସମେତ ଅନ୍ୟ ଖେଳାଳି ସହ ଆପ୍ଟେନଙ୍କ ସଂପର୍କ ଖୁବ୍‌ ଭଲ ଥିଲା । ଏହି ସମୟରେ ଭାରତ ୨୦୧୧ ବିଶ୍ୱକପ୍‌ ବିଜୟୀ ହୋଇଥିଲା । ଏବଂ ଟେଷ୍ଟ ରାଙ୍କିଂରେ ଟପ୍‌ରେ ମଧ୍ୟ ରହିଥିଲା । ପରେ ରାହୁଲ୍‌ ଦ୍ରାବିଡଙ୍କ ସହ ରାଜସ୍ଥାନ ରୟାର୍ଲସରେ ଏକାଠି କାମ କରୁଥିଲେ ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍‌ରେ କେଲ୍‌ ରାହୁଲ୍‌ ବ୍ୟାଟିଂରେ ଲଗାତର ଫ୍ଲପ ନେଇ ଆପ୍ଟେନଙ୍କୁ ସମାଲୋଚନା କରିଥିଲେ ଗାଭାସ୍କର । ରାହୁଲ୍‌ଙ୍କ ବ୍ୟାଟିଂ ଦିଗରେ କାମ କରିବାକୁ ସୁନୀଲ ଗାଭାସ୍କର ଆପ୍ଟେନଙ୍କୁ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.