ବିସିସିଆଇର ପୂର୍ବତନ ଅଧିକାରୀ ଅମିତାଭ ଚୌଧରୀଙ୍କ ପରଲୋକ, ହୃଦଘାତରେ ହାରିଲେ ଜୀବନ

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ, ୧୬|୦୮: ବିସିସିଆଇର ପୂର୍ବତନ ଅଧିକାରୀ ଓ ଝାଡଖଣ୍ଡ କ୍ରିକେଟ ଆସୋସିଏସନର ପ୍ରାକ୍ତନ ଅଧ୍ୟକ୍ଷ ଅମିତାଭ ଚୌଧରୀଙ୍କ ମଙ୍ଗଳବାର ପରଲୋକ ଘଟିଛି । ୫୮ ବର୍ଷୀୟ ଅମିତାଭ ହୃଦଘାତରେ ପ୍ରାଣ ହରାଇଛନ୍ତି । ଝାଡଖଣ୍ଡ କ୍ରିକେଟ୍ ଆସୋସିଏସନ ଏନେଇ ସୂଚନା ଦେଇଛି ।  

ଅମିତାଭ ଝାଡଖଣ୍ଡ କ୍ରିକେଟକୁ ଏକ ନୂଆ ଦିଗ ଦେଇଥିଲେ । ରାଞ୍ଚୀରେ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ତିଆରିରେ ତାଙ୍କର ଭୂମିକା ଅଧିକ ଥିଲା । ସେ ଦୀର୍ଘଦିନ ଧରି ଝାଡଖଣ୍ଡ କ୍ରିକେଟ ଆସୋସିଏସନର ନେତୃତ୍ୱ ନେଇଥିଲେ । ଏହାସହ ବିସିସିଆଇର ଯୁଗ୍ମ ସମ୍ପାଦକ ମଧ୍ୟ ସେ ରହିଥିଲେ ।

ତାଙ୍କ ମୃତ୍ୟୁରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ଅନେକ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ହେମନ୍ତ ଟ୍ୱିଟ୍ କରି କହିଛନ୍ତି ଯେ, ଜେପିଏସସିର ପୂର୍ବତନ ଅଧ୍ୟକ୍ଷ ଅମିତାଭଙ୍କ ଆକସ୍ମିକ ମୃତ୍ୟୁ ଦୁଃଖ ଦେଇଛି । ଅମିତାଭ ଜଣେ ପୂର୍ବତନ ଆଇପିଏସ ଅଧିକାରୀ ମଧ୍ୟ । ସେ ଝାଡଖଣ୍ଡରେ କ୍ରିକେଟର ବିକାଶ ଦିଗରେ ଅନେକ କାର୍ଯ୍ୟ କରିଥିଲେ । ଭଗବାନ ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ବୋଲି ସେ ଟ୍ୱିଟ୍ କରିଛନ୍ତି ।

wp:html /wp:html

ଅମିତାଭ ଜଣେ ଆଇପିଏସ ଥିଲେ । ସେ ରାଜନୀତିରେ ମଧ୍ୟ ନିଜର ଦବଦବା ଜାହିର କରିଥିଲେ । କିନ୍ତୁ ନିର୍ବାଚନରେ ସାଂସଦ ପଦ ପାଇଁ ଲଢି ପରାସ୍ତ ହୋଇଥିଲେ । ପରେ କ୍ରିକେଟ ଜଗତରେ ସେ ପାଦ ଦେଇଥିଲେ । ସେ ଭାରତୀୟ ଦଳର ମ୍ୟାନେଜର ରହିଥିଲେ । 2005-06ରେ ଭାରତର ଜିମ୍ବାଓ୍ୱେ ଗସ୍ତ ବେଳେ ସେ ଦଳର ମ୍ୟାନେଜର ଭୂମିକା ନିଭାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.