ସ୍ପଷ୍ଟ କଲା ବିସିସିଆଇ, ଏସିଆ କପ୍ ୨୦୨୩ ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତୀୟ ଦଳ

Published By : Prameya-News7 Bureau | October 18, 2022 IST

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ପାଇଁ ପାକିସ୍ତାନ ଯିବ ନାହିଁ ଭାରତୀୟ କ୍ରିକେଟ୍ ଦଳ। ଏମିତି ନିଷ୍ପତ୍ତି ନେଇଛି ବିସିସିଆଇ। ତେବେ ଏସିଆ କପ୍ ୨୦୨୩ ପାକିସ୍ତାନରେ ହେବ କି ନାହିଁ ଏହା ଉପରେ ଆଗାମୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଂପାଦକ ଜୟ ଶାହ। ଉଲ୍ଲେଖନୀୟ ଏସିଆା କପ୍ ୨୦୨୩ର ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଛି। ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ଏହି ବିଷୟରେ ଆଲୋଚନା ହୋଇଛି।

ବିସିସିଆଇ ନିଷ୍ପତ୍ତି ନେଇଛି ଯେ, ଭାରତୀୟ ଦଳ ୨୦୨୩ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। କ୍ରିକବଜ୍‌ର ଖବର ଅନୁଯାୟୀ, ଏସିଆ କପ୍‌ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି।

ଭାରତୀୟ ଦଳ ୨୦୦୮ ପରଠୁ ପାକିସ୍ତାନ ଗସ୍ତ କରି ନାହିଁ। ୨୦୦୮ ଏସିଆ କପ୍ ପାଇଁ ଭାରତୀୟ ଦଳ ଶେଷ ଥର ପାକିସ୍ତାନ ଗସ୍ତ କରିଥିଲା। ଦୁଇ ଦେଶ ମଧ୍ୟରେ ଖରାପ ରାଜନୈତିକ ସଂପର୍କ କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ  ହେବ କୌଣସି ଦ୍ଵିପାକ୍ଷିକ ଶୃଙ୍ଖଳା ଖେଳା ଯାଇ ନାହିଁ। ଆଇସିସି ଏବଂ ଏସିଆ କପ୍ ପରି ଟୁର୍ଣ୍ଣାମେଣ୍ଟରେ ହିଁ ଦୁଇ ଦେଶ ପରସ୍ପର ବିପକ୍ଷରେ ଖେଳୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.