oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ପୂର୍ଣ୍ଣାଙ୍ଗ ଘରୋଇ ସିଜିନ ଆୟୋଜନ କରିବ ବିସିସିଆଇ : ରଣଜୀ ସହ ଖେଳାଯିବ ଦୁଲୀପ ଓ ଇରାନୀ କପ୍

22/07/2022 at 11:30 AM

ନୂଆଦିଲ୍ଲୀ, ୨୨।୦୭ :  ବିସିସିଆଇ ଆଗାମୀ ୨୦୨୨-୨୩ରେ ପୂର୍ଣ୍ଣାଙ୍ଗ ଘରୋଇ ସିଜନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ବୋର୍ଡ଼ର ଆପେକ୍ସ କାଉନସିଲ୍‌ ବୈଠକ ଶେଷ ହେବା ପରେ ଏବିଷୟ ସୂଚନା ଦେଇଛନ୍ତି । ଆସନ୍ତା ସିଜନରେ ପୂର୍ଣ୍ଣ ରଣଜୀ ଟ୍ରଫି ସମେତ ଦୁଲୀପ ଟ୍ରଫି ଓ ଇରାନୀ କପ୍‌ ଖେଳାଯିବ । କରୋନା ମହାମାରୀ ଯୋଗୁ ଗତବର୍ଷ ବିସିସିଆଇ ରଣଜୀ ଟ୍ରଫିକୁ ଛୋଟ କରିବାକୁ ବାଧ୍ୟ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ଟୁର୍ଣ୍ଣାମେଣ୍ଟ ଶେଷ କରିଥିଲା । ଅନ୍ୟ ପଟରେ ଗତ ୩ଟି ସିଜନ ଧରି ଦୁଲୀପ ଟ୍ରଫି ଓ ଇରାନୀ କପ୍‌ ଆୟୋଜନ ବନ୍ଦ ରହିଥିଲା ।

ବିସିସିଆଇ ଦୁଲୀପ ଟ୍ରଫିରୁ ଘରୋଇ ସିଜନ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ସେପ୍ଟେମ୍ବର ୮ରୁ ଆରମ୍ଭ ହେବା ସମ୍ଭାବନା ରହିଛି । ଦୁଲୀପ ଟ୍ରଫିରେ ସାଧାରଣତଃ ୫ଟି ଜୋନ୍‌ର ଦଳ ନକଆଉଟ୍‌ ପର୍ଯ୍ୟାୟରେ ଭାଗ ନେଇଥାନ୍ତି । ସେହିପରି ଅକ୍ଟୋବର ୧ରୁ ୫ ତାରିଖ ମଧ୍ୟରେ ଇରାନୀ କପ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି । ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ବ୍ୟତୀତ ଆପେକ୍ସ କାଉନସିଲ୍‌ ବୈଠକରେ ସୟଦ ମୁସ୍ତାକ ଅଲି ଟ୍ରଫି, ବିଜୟ ହଜାରେ ଟ୍ରଫି ଏବଂ ରଣଜୀ ଟ୍ରଫି ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ମୁସ୍ତାକ ଅଲି ଟ୍ରଫି ଟି-ଟ୍ୱେଣ୍ଟି ଅକ୍ଟୋବର ୧୧ରୁ ଏବଂ ବିଜୟ ହଜାରେ ଟ୍ରଫି ନଭେମ୍ବର ୧୨ରୁ ଆରମ୍ଭ କରିବାକୁ ବିସିସିଆଇ ଚିନ୍ତା କରୁଛି। ସେହିପରି ରଣଜୀ ଟ୍ରଫି ଡିସେମ୍ବର ୧୩ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଟୁର୍ଣ୍ଣାମେଣ୍ଟର ନକ୍‌ ଆଉଟ୍‌ ପର୍ଯ୍ୟାୟ ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇପାରେ । ବୈଠକରେ ୪ଟି ଗ୍ରୁପ୍‌ରେ ୮ଟି ଲେଖାଏଁ ଏଲିଟ୍‌ ଦଳ ଏବଂ ପ୍ଲେଟ୍‌ ଗ୍ରୁପ୍‌ରେ ୬ଟି ଦଳ ସାମିଲ୍‌ କରିବା ନେଇ ଆଲୋଚନା କରାଯାଇଥିବା ଜଣାପଡ଼ିଛି । ଏହି ଫର୍ମାଟରେ ଖେଳାଗଲେ ପ୍ରତ୍ୟେକ ଦଳ ପୂର୍ବଭଳି ୭ଟି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇବେ।

   Related Posts