ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍, ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | December 28, 2021 IST

ନୂଆଦିଲ୍ଲୀ ୨୮/୧୨: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ କରୋନା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବଢୁଥିବା ସଙ୍କଟ ମଧ୍ୟରେ ଏହି ଖବର ଚିନ୍ତାଜନକ ବିଷୟ । ସୂଚନା ଥାଉକି, ବର୍ଷ ଆରମ୍ଭରୁ ସୌରାଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଜାନୁୟାରୀ ୨୦୨୧ରେ, ସୌରଭ ଗାଙ୍ଗୁଲିଙ୍କ ହୃଦଘାତର ଶିକାର ହୋଇଥିଲେ । ଫଳରେ ତାଙ୍କୁ କିଛି ଦିନ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ ହୋଇଥିଲା । ସୌରାଭ ଗାଙ୍ଗୁଲିଙ୍କ କରୋନା ପଜିଟିଭ୍ ହେବାର ଖବର ଜଣାପଡିବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସେ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.