scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସିଆ କପ୍ ପାଇଁ ଏହି ୧୭ ଖେଳାଳିଙ୍କ ଉପରେ ବାଜିପାରେ ମୋହର, ସୋମବାର ଦଳ ଘୋଷଣା !

20/08/2023 at 8:40 PM

ନୂଆଦିଲ୍ଲୀ: ଏସିଆ କପ୍ ଓ ବିଶ୍ଵକପ୍‌କୁ ଆଉ କେଇଟା ଦିନ ବାକି ରହିଛି। ହେଲେ ଏ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରି ନାହିଁ ବିସିସିଆଇ। ବୋର୍ଡ ସୂତ୍ରରୁ ପ୍ରକାଶ ଯେ, ଆଗାମୀ ବିଶ୍ଵକପ ପାଇଁ ସମ୍ଭାବିତ ବିକଳ୍ପକୁ ପରଖିବା ପାଇଁ ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ଏସିଆ କପ୍ ପାଇଁ ୧୭ ଜଣିଆ ଦଳ ଘୋଷଣା କରି ପାରନ୍ତି। ଆନୁଷ୍ଠାନିକ ଭାବେ ଅଗଷ୍ଟ ୨୧ ତାରିଖରେ ଦଳ ଘୋଷଣା ହୋଇପାରେ। ଭାରତୀୟ ଦଳର ଅନେକ ଖେଳାଳି ଆହତ ସମସ୍ୟାରୁ ମୁକୁଳିବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସବୁଠୁ ବଡ଼ କଥା ଚୟନ ସମୟରେ କମିଟିରେ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ଉପସ୍ଥିତ ରହି ପାରନ୍ତି।

Also read- ସିଲେକ୍ସନ କମିଟିକୁ ଶାସ୍ତ୍ରୀଙ୍କ ପରାମର୍ଶ ; ଫର୍ମରେ ଥିବା ୨ ବ୍ୟାଟରଙ୍କୁ ଟିମ୍‌ରେ ସାମିଲ କର, ବିଶ୍ୱକପ୍‌ରେ ଫାଇଦା ମିଳିବ…

କେଏଲ ରାହୁଲ ସଂପୂର୍ଣ୍ଣ ଫିଟ୍ ଥିବା କୁହାଯାଇଥିବା ବେଳେ ନମ୍ବର ୪ରେ ବ୍ୟାଟିଂ କରୁଥିବା ଶ୍ରେୟସ ଆୟର ଅଦ୍ୟାବଧି ଫିଟ୍ ହୋଇ ନାହାନ୍ତି। ଅନ୍ୟପଟେ ପ୍ରଥମ ଥର ଚୟନ କମିଟିର ପରମ୍ପରା ଭଙ୍ଗ ହେବାକୁ ଯାଉଛି। ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ଯୋଗ ଦେବେ। ରାହୁଲଙ୍କ ପୂର୍ବରୁ ରବି ଶାସ୍ତ୍ରୀ ଓ ଅନିଲ କୁମ୍ବଲେଙ୍କ ପରି ବଡ଼ ଖେଳାଳି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ ହେଁ ସେମାନେ କେବେ ବି ଚୟନ କମିଟି ବୈଠକରେ ଯୋଗ ଦେଇ ନ ଥିଲେ।

How Asia Cup, Australia series will decide India's ODI World Cup squad |  Cricket - Hindustan Times
HindustanTimes

ଅଷ୍ଟ୍ରେଲିଆରେ ମୁଖ୍ୟ କୋଚ୍ ଖେଳାଳି ଚୟନ କମିଟିର ସଦସ୍ୟ ହୋଇଥାନ୍ତି। ମାତ୍ର ଭାରତରେ ଜାତୀୟ ଦଳର କୋଚ୍ ଏବଂ ଅଧିନାୟକଙ୍କୁ ଚୟନ ମାମଲାରେ ମତାଧିକାର ଦେବାର ଅଧିକାର ନାହିଁ। ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବୈଠକରେ ଶାରୀରିକ ଭାବେ ଯୋଗ ଦେବେ ନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେବେ।

ବୈଠକରେ ବାମହାତୀ ବ୍ୟାଟର ତିଳକ ବର୍ମାଙ୍କ ନାଁ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ଯଦି ରାହୁଲ ଓ ଶ୍ରେୟସ ଆୟର ଫିଟ୍ ଥାଆନ୍ତି ତେବେ ଚୂଡାନ୍ତ ୧୫ ଜଣିଆ ଦଳରେ ତିଳକ ବର୍ମାଙ୍କୁ ସ୍ଥାନ ମିଳିବା  ବହୁତ ମୁସ୍କିଲ। ଏମିତି ସ୍ଥିତି ସଞ୍ଜୁ ସାମସନଙ୍କ କ୍ଷେତ୍ରରେ ମଧ୍ୟ ଘଟିପାରେ। କାରଣ ଦଳରେ ଅତିରିକ୍ତ ବ୍ୟାଟର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ପଲ୍ଲା ଭାରି ରହିଛି। ତେଣୁ ଦଳରେ ସାମସନଙ୍କୁ ସ୍ଥାନ ମିଳିବାର ସମ୍ଭାବନା କ୍ଷୀଣ ରହିଛି।

Also read- ଏସିଆ କପ୍‌ ଓ ବିଶ୍ଵକପ୍ ପାଇଁ ନିଜର ଦାବିଦାର ମଜବୁତ କଲେ ଏହି ଖେଳାଳି, କଟିବ ଏମାନଙ୍କ ଟିକେଟ୍

ସ୍ପିନ ବିଭାଗରେ ରବିଚନ୍ଦ୍ରନ ଅଶ୍ଵିନଙ୍କ ନାମ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବୋଲିଂରେ ବିବିଧତା ଯୋଗୁଁ ଅନ୍ୟ ବୋଲରଙ୍କ ତୁଳନାରେ ତାଙ୍କର ପଲ୍ଲା ଭାରି ରହିଛି। ଜଣେ ପୂର୍ବତନ ଜାତୀୟ ଚୟନକର୍ତ୍ତା ଓ୍ଵେଷ୍ଟଇଣ୍ଡିଜରେ ଦିନିକିଆ ସିରିଜରେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଦଳରେ ସାମିଲ ନ କରିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ, ଯଦି ଅକ୍ଷର ପଟେଲଙ୍କୁ ବ୍ୟାଟିଂ କ୍ରମରେ ନମ୍ବର ୪ରେ ସୁଯୋଗ ଦିଆଯାଉଛି, ତେବେ ଅଶ୍ଵିନଙ୍କୁ ସୁଯୋଗ ଦେବାରେ ଅସୁବିଧା କେଉଁଠି। ଏହା ଭାରତୀୟ ଦଳ ପାଇଁ ଘାତକ ହୋଇପାରେ ବୋଲି ସେ କହିଛନ୍ତି।

ଏସିଆ କପ୍ ପାଇଁ ଭାରତର ସମ୍ଭାବିତ ୧୭ ଜଣିଆ ଦଳ

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଲୋକେଶ ରାହୁଲ(ଓ୍ଵିକେଟ୍ କିପର, ଫିଟନେସ୍ ଉପରେ ନିର୍ଭର), ଶ୍ରେୟସ ଆୟର(ଫିଟନେସ୍ ଉପରେ ନିର୍ଭର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଇଶାନ କିଷନ(ବିକଳ୍ପ ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ୟୁଜବେନ୍ଦ୍ର ଚହଲ କିମ୍ବା ରବିଚନ୍ଦ୍ରନ ଅଶ୍ଵିନ।

   Related Posts