oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଋଦ୍ଧିମାନ ଶାହଙ୍କୁ ଧମକ ଦେବାର ମିଳିଲା ସଜା, ମଜୁମଦାରଙ୍କ ଉପରେ ୨ ବର୍ଷ କଟକଣା ଲଗାଇଲା BCCI

4/05/2022 at 4:58 PM

ନୂଆଦିଲ୍ଲୀ: ଋଦ୍ଧିମାନ ଶାହଙ୍କୁ ଡରାଇବା ଏବଂ ଧମକାଇବାକୁ ଉଦ୍ୟମ କରିଥିବା କ୍ରୀଡା ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦୁଇ ବର୍ଷ ବାସନ୍ଦ କରିଛି। ମଜୁମଦାର ଆଗାମୀ ଦୁଇ ବର୍ଷ କୌଣସି ଘରୋଇ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ରେ ଯୋଗ ଦେଇ ପାରିବେ ନାହିଁ। ଭାରତରେ କୌଣସି ବି କ୍ରିକେଟ୍ ଷ୍ଟାଡିୟମରେ ତାଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହା ବ୍ୟତୀତ ବିସିସିଆଇ କୌଣସି ବି ଆଇସିସି ଟୁର୍ଣ୍ଣାମେଣ୍ଟରେ ବୋରିଆଙ୍କ ଷ୍ଟାଡିୟମ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆଇସିସିକୁ ଗୁହାରି କରିବ ବୋଲି ନିଷ୍ପତ୍ତି ନେଇଛି।

ବିସିସିଆଇର କେନ୍ଦ୍ରୀୟ ଅନୁବନ୍ଧ ଖେଳାଳି ଋଦ୍ଧିମାନ ଶାହଙ୍କୁ ଫେବୃଆରୀ ୨୩ରେ ଜଣେ କ୍ରୀଡା ସାମ୍ବାଦିକ ଧମକ ଦେଇଥିଲେ। ପରେ ତଦନ୍ତରୁ ଏହି ସାମ୍ବାଦିକ ଜଣକ ବୋରିଆ ମଜୁମଦାର ବୋଲି ଜଣା ପଡିଥିଲା। ଶାହ ହ୍ଵାଟ୍ସଆପର ସ୍କ୍ରିନ ସଟ୍ ସେୟାର କରି ତାଙ୍କ କ୍ୟାରିୟରକୁ ଶେଷ କରିବା ପାଇଁ କେମିତି ଜଣେ ସାମ୍ବାଦିକ ତାଙ୍କୁ ଧମକ ଦେଇଛନ୍ତି ଅଭିଯୋଗ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ବୋରିଆ ଏକ ଭିଡିଓ ଜାରି କରିଥିଲେ ଏବଂ ଶାହଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇଥିଲେ।

ଶାହ ଏ ବାବଦରେ ଅଭିଯୋଗ କରିବା ପରେ ତାଙ୍କ ସମର୍ଥନରେ ବୀରେନ୍ଦ୍ର ସେହ୍ଵାଗ, ଇରଫାନ ପଠାନ, ହରଭଜନ ସିଂହ ସମେତ ସମସ୍ତ ଖେଳାଳି ଟୁଇଟ୍ କରିଥିଲେ। ଉକ୍ତ ସାମ୍ବାଦିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିସିସିଆଇ ନିକଟରେ ଦାବି କରିଥିଲେ। ଘଟଣାର ତଦନ୍ତ ପାଇଁ ବିସିସିଆଇ ତିନି ଜଣିଆ କମିଟି ଗଠନ କରିଥିଲା। ତଦନ୍ତରେ କ୍ରୀଡା ସାମ୍ବାଦିକ ବୋରିଆ ମଜୁମଦାର ଦୋଷୀ ସାବ୍ୟସ୍ତ ହୋଇଥିଲେ। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ମଜୁମଦାରଙ୍କୁ ବିସିସିଆଇ ନିଜର ସମସ୍ତ କାର୍ଯ୍ୟକ୍ରମରୁ ବାସନ୍ଦ କରିଛି।

   Related Posts