scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୁମରାଙ୍କ ବଦଳ ଖେଳାଳି ଘୋଷଣା କଲା BCCI, ଏହି ଷ୍ଟାର ଖେଳାଳିଙ୍କୁ ମିଳିଲା ଦଳରେ ସ୍ଥାନ

14/10/2022 at 5:00 PM

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ବିସିସିଆଇ ତାରକା ବୋଲର ଯଶପ୍ରୀତ ବୁମରାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି। ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବୁମରାଙ୍କ ସ୍ଥାନରେ ୧୫ ଜଣିଆ ଭାରତୀୟ ଦଳରେ ସାମିଲ୍ କରିଛି। ପିଠିରେ ଆଘାତଜନିତ ସମସ୍ୟା କାରଣରୁ ବୁମରା ବିଶ୍ଵ କପ୍‌ରୁ ବାଦ୍ ପଡି ସାରିଛନ୍ତି। ଶୁକ୍ରବାର ପ୍ରେସ୍ ବିଜ୍ଞପ୍ତି ଜରିଆରେ ବିସିସିଆଇ ଏହାର ସୂଚନା ଦେଇଛି। ଏହା ପୂର୍ବରୁ ଶାମି ଭାରତୀୟ ଦଳରେ ଷ୍ଟାଣ୍ଡବାଇ ତାଲିକାରେ ଥିଲେ।

ବିସିସିଆଇ ଅନୁଯାୟୀ, ଚୟନ କମିଟି ମହମ୍ମଦ ଶାମିଙ୍କୁ ଭାରତର ଆଇସିସି ପୁରୁଷ ଟି-୨୦ ବିଶ୍ଵ କପ୍‌ ୨୦୨୨ ଦଳରେ ବୁମରାଙ୍କ ବଦଳ ଖେଳାଳି ଭାବେ ଚୟନ କରିଛି। ଶାମି ବର୍ତ୍ତମାନ ଅଷ୍ଟ୍ରେଲିଆ ପହଞ୍ଚି ସାରିଛନ୍ତି ଏବଂ ଅଭ୍ୟାସ୍ ମ୍ୟାଚ୍ ପୂର୍ବରୁ ବ୍ରିସବେନରେ ଦଳ ସହ ଯୋଗ ଦେବେ। ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ବ୍ୟାକ୍‌ଅପ୍ ଭାବେ ଦଳରେ ସ୍ଥାନ ଦିଆଯାଇଥିବା ବିସିସିଆଇ ସୂଚନା ଦେଇଛି। ଉଭୟ ଖେଳାଳି ଶୀଘ୍ର ଅଷ୍ଟ୍ରେଲିଆ ଯାତ୍ରା କରିବେ।

ସୂଚନାଯୋଗ୍ୟ, ଭାରତୀୟ ଦଳରେ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ବ୍ୟାଟସମ୍ୟାନ ଶ୍ରେୟସ ଆୟର, ସ୍ପିନର ରବି ବିଷ୍ନୋଇ, ଦ୍ରୁତ ବୋଲର ଦୀପକ ଚହର ଏବଂ ମହମ୍ମଦ ଶାମିଙ୍କ ନାମ ସାମିଲ୍ ଥିଲା। ତେବେ ବିସିସିଆଇ ଏହା ସ୍ପଷ୍ଟ କରି ନାହିଁ ଯେ, ଦୀପକ ଚହର ଦଳରୁ ବାଦ୍ ପଡିଛନ୍ତି ନା ଅଷ୍ଟ୍ରେଲିଆ ଗସ୍ତ କରିବେ।

ଟି-୨୦ ବିଶ୍ଵ କପ୍‌ ୨୦୨୨ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ହର୍ଷଲ ପଟେଲ୍, ଅର୍ଶଦୀପ ସିଂହ ଏବଂ ମହମ୍ମଦ ଶାମି।

   Related Posts