ବିସିସିଆଇ ଗଠନ କଲା ନୂଆ ସିଏସି; ଅଶୋକ ମଲହୋତ୍ରା, ଜତିନ ପରାଞ୍ଜପେ ଏବଂ ସୁଲକ୍ଷଣା ନାଇକ ସାମିଲ

Published By : Prameya-News7 Bureau | December 01, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଗୁରୁବାର ନିଜର କ୍ରିକେଟ ପରାମର୍ଶଦାତା କମିଟି ନିଯୁକ୍ତି ନେଇ ଘୋଷଣା କରିଛି । ତିନି ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅଶୋକ ମଲହୋତ୍ରା, ଜତିନ ପରାଞ୍ଜପେ ଏବଂ ସୁଲକ୍ଷଣା ନାଇକ ସାମିଲ ଅଛନ୍ତି । ଏହି କମିଟି ନୂତନ ଚୟନ କମିଟି ନିଯୁକ୍ତ କରିବ ।

ତିନି ସଦସ୍ୟଙ୍କ କମିଟିର ନୂଆ ସଦସ୍ୟ ଅଶୋକ ମଲହୋତ୍ରା ୭ ଟେଷ୍ଟ ଏବଂ ୨୦ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ନିକଟରେ ଭାରତୀୟ କ୍ରିକେଟର୍ସ ଆସୋସିଏସନର ଅଧ୍ୟକ୍ଷ ରୂପେ କାମ କରିଥିଲେ । ପରାଞ୍ଜପେ ଭାରତ ପାଇଁ ୪ଟି ଦିନିକିଆ ଖେଳିଛନ୍ତି ଏବଂ ସେ ବରିଷ୍ଠ ପୁରୁଷ ଚୟନ କମିଟିର ସଦସ୍ୟ ଥିଲେ ।

ସୁଲକ୍ଷଣା ନାଇକ ଏବେ ବି ସିଏସିର ସଦସ୍ୟ ଅଛନ୍ତି । ଏହା ପୂର୍ବରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ମଦନ ଲାଲ, ଆର.ପି ସିଂଙ୍କ ସହ ସିଏସିର ସଦସ୍ୟ ଥିଲେ । ନାଇକ ନିଜର ୧୧ ବର୍ଷର କ୍ୟାରିୟରରେ ଭାରତ ପାଇଁ ଦୁଇ ଟେଷ୍ଟ ୪୬ ଦିନିକିଆ ଏବଂ ୩୧ ଟି-୨୦ ଖେଳିଛନ୍ତି ।

ଭାରତୀୟ କ୍ରିକେଟ ବୋର୍ଡ ଗତ ମାସରେ ଚେତନ ଶର୍ମାଙ୍କ ନେତୃତ୍ୱଧିନ ଚାରି ସଦସ୍ୟସୀୟ ଚୟନ କମିଟିକୁ ଭଙ୍ଗ କରିଥିଲେ । ଏହାପରେ ନବ ନିଯୁକ୍ତ ସିଏସି ଏବେ ରାଷ୍ଟ୍ରୀୟ ଚୟନ କମିଟିରେ ବଡ଼ ଦାୟିତ୍ୱ ବହନ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.