LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କଲା BCCI, ୨୬ ଖେଳାଳିଙ୍କୁ ମିଳିଲା ସ୍ଥାନ, A+ରେ ଚାରି ଜଣ

26/03/2023 at 11:13 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ରବିବାର ୨୦୨୨-୨୩ ପାଇଁ ଖେଳାଳିଙ୍କ ସହ ବାର୍ଷିକ ଚୁକ୍ତି ନେଇ ଘୋଷଣା କରିଛି । ରିଟେନରଶିପ ସୂଚୀକୁ ବିସିସିଆଇ ମାର୍ଚ୍ଚ ୨୬ ରାତିରେ ଘୋଷଣା କରିଛି । ଏଥିରେ ମୋଟ ୨୬ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ବିସିସିଆଇ ଚାରୋଟି ବର୍ଗରେ ଏହି ଖେଳାଳିଙ୍କୁ ରଖିଛି । ଶୀର୍ଷରେ ଏ ପ୍ଲସ୍ ବର୍ଗ ରହିଛି, ଏଥିରେ ଚାରି ଖେଳାଳି ସାମିଲ ଅଛନ୍ତି । ତେବେ ଏଥିରେ ଜଣେ ଆହତ ଖେଳାଳି ଅଛନ୍ତି ।

ବିସିସିଆଇ A+, A, B ଏବଂ C କ୍ୟାଟେଗୋରୀରେ ମୋଟ ୨୬ ଖେଳାଳିଙ୍କୁ ରଖିଛି । A+ରେ ୪, A ବର୍ଗରେ ୫, B କ୍ୟାଟଗୋରୀରେ ୬ ଏବଂ C କ୍ୟାଟେଗୋରୀରେ ୧୧ ଖେଳାଳିଙ୍କୁ ରଖିଛି । ୨୦୨୨ ଅକ୍ଟୋବରରୁ ୨୦୨୩ ଯାଏ ଏହି ଖେଳାଳିଙ୍କ ସହ ବର୍ଷିକ ଚୁକ୍ତି କରାଯାଇଛି । ଶୀର୍ଷ ବର୍ଗରେ ଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା, A କ୍ୟାଟେଗୋରୀ ପାଇଁ ୫ କୋଟି ଟଙ୍କା, B କ୍ୟାଟେଗୋରୀ ପାଇଁ ୩ କୋଟି ଟଙ୍କା ଏବଂ C କ୍ୟାଟେଗୋରୀ ଖେଳାଳିଙ୍କୁ ୧-୧ କୋଟି ମିଳିବ ।

ବିସିସିଆଇର A+ କ୍ୟାଟେଗୋରୀରେ ରୋହିତ୍ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରାହ ସାମିଲ ଅଛନ୍ତି । A କ୍ୟାଟେଗୋରୀରେ ହାର୍ଦ୍ଦିକ ପାଣ୍ଡ୍ୟା, ଆର, ଅଶ୍ୱିନ, ମହମ୍ମଦ ଶାମି, ଋଷଭ ପନ୍ତ ଏବଂ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି । ସେହିପରି B କ୍ୟାଟେଗୋରୀରେ ଚେତେଶ୍ୱର ପୂଜାରା, କେଏଲ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ଶାମି,ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କୁ ସ୍ଥାନ ଦିଆଯାଇଛି ।

C କ୍ୟାଟେଗୋରୀରେ ୧୧ ଜଣଙ୍କୁ ସାମିଲ କରାଯାଇଛି । ଏଥିରେ ଉମେଶ ଯାଦବ, ଶିଖର ଧାୱନ, ଶାର୍ଦୁଲ ଠାକୁର, ଇଶନ କିଷନ, ଦୀପକ ହୁଡ୍ଡା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ ଏବଂ କେଏସ ଭାରତ ସାମିଲ ଅଛନ୍ତି ।

   Related Posts