oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

୨୦୨୨ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ମହିଳା ଦଳ ଘୋଷିତ, ମିତାଲି ରାଜ୍‌ ଅଧିନାୟକ

6/01/2022 at 4:47 PM

ନୂଆଦିଲ୍ଲୀ, ୦୬/୦୧: ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଅଫ୍‌ କ୍ରିକେଟ୍‌ ଇଣ୍ଡିଆ ବା ବିସିସିଆଇ ଗୁରୁବାର ୨୦୨୨ ୱାନ୍‌ଡେ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ମହିଳା ଦଳ ଘୋଷଣା କରିଛି । ପୂର୍ବ ବିଶ୍ୱକପ୍‌ ୨୦୧୭ରେ ଇଂଲଣ୍ଡରେ ଖେଳାଯାଇଥିବା ବେଳେ ୨୦୨୧ରେ କରେନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ହେଲେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ୨୦୨୨ ବିଶ୍ୱକପ୍‌ ନ୍ୟୁଜିଲାଣ୍ଡ୍‌ରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଭାରତୀୟ ଦଳ ଘୋଷଣା ହୋଇଛି ।

ଏହି ୧୫ ଜଣିଆ ମହିଳା ଦଳଙ୍କୁ ଭେଟେରାନ୍‌ ଖେଳାଳି ମିତାଲି ରାଜ୍‌ ସମ୍ଭାଳିବେ । ଅର୍ଥାତ ମିତାଲି ରାଜ୍‌ଙ୍କୁ ଅଧିନାୟକ ଦ୍ୱାୟିତ୍ୱ ମିଳିଛି । ସେହିପରି ଦଳରେ ଆଉ ଜଣେ ଲିଜେଣ୍ଡ୍‌ ଖେଳାଳି ଝୁଲଣ ଗୋସ୍ୱାମୀଙ୍କୁ ମଧ୍ୟ ସାମିଲ୍‌ କରାଯାଇଛି । ଟୁର୍ଣ୍ଣାମେଣ୍ଟ ଇତିହାସରେ ଦୁଇଥର ରନର୍ସଅପ୍ ହେବା ପରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଟାଇଟଲ୍‌ ଜିତିବା ପାଇଁ ଚେଷ୍ଟା କରିବ । ୨୦୧୭ ବିଶ୍ୱକପ୍‌ ସଂସ୍କରଣର ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ହର୍ମାନପ୍ରୀତ କୌର ୧୭୫ ରନ୍‌ର ପାଳି ଖେଳିଥିବା ବେଳେ ଉପଅଧିନାୟକ ଭାବରେ ରହିଆସିଥିବା ସ୍ମ୍ରିତି ମାନ୍ଧନ ମଧ୍ୟ ତାଙ୍କ ଅଭିଜ୍ଞତା ସହିତ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ବିସିସିଆଇ ।

ତେବେ ବିସିସିଆଇ ଘୋଷଣା କରିଥିବା ଏହି ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ୍‌ ଅଛନ୍ତି- ମିତାଲି ରାଜ୍‌ (ଅଧିନାୟକ ), ହର୍‌ମନ୍‌ପ୍ରୀତ୍‌ କୌର (ଉପ ଅଧିନାୟକ), ସ୍ମ୍ରିତି ମାନ୍ଧନା, ଶେଫାଳି ବର୍ମା, ୟାସ୍ତିକା, ଦୀପ୍ତି, ରିଚା ଘୋଷ, ସ୍ନେହ ରାଣା, ଝୁଲଣ ଗୋସ୍ୱାମୀ, ପୂଜା, ମେଘନା ସିଂହ, ରେଣୁକା ଠାକୁର, ତାନିଆ ଭାଟିଆ, ରାଜେଶ୍ୱରୀ, ପୁନମ୍‌ ଯାଦବ୍‌ ।

   Related Posts