IPLରେ ୨ଟି ନୂଆ ଟିମ୍ ଓ ଅଲମ୍ପିକ୍ସରେ କ୍ରିକେଟ, BCCIର ବାର୍ଷିକ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

Published By : Prameya-News7 Bureau | December 03, 2020 IST

ମୁମ୍ବାଇ ୦୩।୧୨: ଡିସେମ୍ବର ୨୪ରେ ବସିବାକୁ ଯାଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ପରିଷଦ (BCCI)ର ୮୯ ତମ ବାର୍ଷିକ ଏଜିଏମ୍ ବୈଠକ । ‌ ଡିସେମ୍ବର ୨୪ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ । ବିସିସିଆଇ ସଂପାଦକ ସମସ୍ତ ରାଜ୍ୟ କ୍ରିକେଟ ସଂଘକୁ ଚିଠି ଲେଖିଛନ୍ତି । ଖୁବଶୀଘ୍ର କେଉଁଠି ଏହି ବୈଠକ ଅନୁଷ୍ଠିତ ହେବ ସେ ନେଇ ସୂଚନା ଖୁବଶୀଘ୍ର ଦିଆଯିବ ବୋଲି  ସଂପାଦକ କହିଛନ୍ତି । ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ୨ଟି ନୂଆ ଦଳ ଓ ଅଲମ୍ପିକ୍‌ରେ କ୍ରିକେଟ ସାମିଲ ହେବାକୁ ନେଇ ଆଲୋଚନା ହେବାରେ ସୂଚନା ରହିଛି।

wp:html /wp:html

ତେବେ ବିସିସିସିଆଇର ୮୯ ତମ ଏଜିଏମ୍‌ ବୈଠକ ଡିସେମ୍ବର ୨୪ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହେବ। କିନ୍ତୁ କେଉଁଠି ବିସିସିଆଇର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ,ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଯଥାଶୀଘ୍ର ସ୍ଥାନ ଚୟନ କରି ସମସ୍ତ ରାଜ୍ୟ କ୍ରିକେଟ ସଂଘକୁ ସୂଚନା ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏଥିବ୍ୟତୀତ ଏହି ବୈଠକରେ ସମସ୍ତ ରାଜ୍ୟ କ୍ରିକେଟ ସଂଘ ଉପସ୍ଥିତ ରହିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପରେ ଏଜିଏମ୍‌ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ୮୮ତମ ଏଜିଏମ୍‌ ବୈଠକ ୨୦୧୯ ଡିସେମ୍ବର ୧ ତାରିଖରେ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଡିସେମ୍ବର ୨୪ରେ ହେବାକୁ ଯାଉଛି । ଗୋଟିଏ ବର୍ଷ ୨୦ ଦିନରୁ ଅଧିକା ସମୟରେ ଏଜିଏମ୍‌ ବୈଠକ ବସିବାକୁ ଯାଉଛି । ବିସିସିସିଆଇର ଏହି ବୈଠକରେ ସାରାବିଶ୍ୱ କ୍ରିକେଟ ବୋର୍ଡଙ୍କ ନଜର ରହିଥାଏ ।

ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିସିସିଆଇର ଏଜିଏମ୍‌ ବୈଠକରେ ୨୩ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ସେମଧ୍ୟରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଥିବା ବେଳେ ଆଉ କିଛି ନିଷ୍ପତ୍ତିରେ ମୋହର ଲାଗିପାରେ। ଏସବୁ ମଧ୍ୟରୁ ଆଗାମୀ ଆଇପିଏଲ ସଂସ୍କରଣରେ ୨ଟି ନୂଆ ଟିମ୍‌ ସାମିଲ ପ୍ରସଙ୍ଗ ଓ ଅଲମ୍ପିକ୍ସରେ କ୍ରିକେଟ ସାମିଲ ହେବା ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣା ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.