ପାଠପଢ଼ା ସହ ପରିବାର ସମ୍ଭାଳୁଛନ୍ତି ବିସିଏ ଛାତ୍ର; ବଜାରରେ ଶାଗ ବିକ୍ରି କରି ଚର୍ଚ୍ଚାରେ ଡମ୍ୱରୁ
2/12/2022 at 11:31 PM

ନବରଙ୍ଗପୁର ୦୨/୧୨: ଆର୍ଥିକ ଅନାଟନ ମଧ୍ୟ ଉଚ୍ଚକାଂକ୍ଷା ଓ ଧ୍ରୁଢ ମନବଳ ନିକଟରେ ହାର ମାନିଥାଏ, ପରିବାରରେ କେହି ପାଠୁଆ ନଥିଲେ ମଧ୍ୟ ନିଜ ଆଦର୍ଶ ନିଜେ ପାଲଟି, ଉଚ୍ଚଶିକ୍ଷିତ ହୋଇ ମଧ୍ୟ କର୍ମକୁ ହେୟଜ୍ଞାନ ନକରି ବଜାରରେ ବସି ଶାଗ ବିକ୍ରି କରୁଛନ୍ତି ଡମ୍ବୁରୁ। ଆସନ୍ତୁ ଜାଣିବା ନବରଙ୍ଗପୁରର ଡମ୍ୱରୁଙ୍କ ସଂଘର୍ଷମୟ କାହାଣୀ
କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଆସଙ୍ଗା ଗାଁର ବଇଁଶୀଧର ମାଳିଙ୍କ ପୁଅ ଡମ୍ବୁରୁ ଧରମାଳି lସେ ଜୟପୁର ବିକ୍ରମଦେବ କଲେଜରେ BCA ପଢୁଛନ୍ତିl ପାଠ ପଢାରୁ ସମୟ ମିଳିଲେ ପରିବାରର ବୋଝ ମୁଣ୍ଡାଉଛନ୍ତି ସେ l ଚାଷୀ ପରିବାର ହୋଇଥିବାରୁ ବାଡ଼ିରେ ହୋଇଥିବା ବିଭିନ୍ନ ଶାଗ ପ୍ରତିଦିନ ନବରଙ୍ଗପୁର ଦୈନିକ ବଜାରରେ ବିକ୍ରି କରୁଛନ୍ତି ।ଡମ୍ବରୁ ଏଭଳି କାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର କୁ ସହାୟତାର ହାତ ବଢ଼ାଉଛନ୍ତି l
ବିସିଏରେ ଆଉ ଗୋଟିଏ ସେମିଷ୍ଟର ବାକି ଥିବା ବେଳେ ପାଠପଢ଼ା ପରେ ଚାକିରୀ ସେ ଚାକିରି ପାଇଁ ଆଶା ବାନ୍ଧିଛନ୍ତି l ବର୍ଷା ୪ ମାସ ବାଦ ଦେଲେ ବାକି ବର୍ଷସାରା ନିଜ ଜମିରେ କୋଷଳା, ପାଳଙ୍ଗ, ମେଥି, ଧଣିଆ ପତ୍ର ଭଳି ସେ ଚାଷ କରନ୍ତି l ପ୍ରତିଦିନ ସକାଳ ୫ଟାରେ ବାଇକରେ ଶାଗ ଧରି ସେ ଘରୁ ବଜାରକୁ ବାହାରିପଡନ୍ତି। ସମସ୍ତ ଖର୍ଚ୍ଚ ବାଦ ଦେଇ ପ୍ରତିଦିନ ୨୦୦ରୁ ୫୦୦ଟଙ୍କା ଲାଭ ହେଉଛି ବୋଲି ସେ କହିଛନ୍ତିl ଏତେ କମ ବୟସରେ ଡମ୍ବରୁ ପାଠପଢ଼ା ସାଙ୍ଗକୁ ପରିବାରର ମଙ୍ଗ ମଧ୍ୟ ଧରିଛନ୍ତି। ପ୍ରକୃତରେ ଆଜିର ଯୁବପିଢ଼ି ପାଇଁ ଡମ୍ବରୁ ଧର ମାଳି ଏକ ପ୍ରେରଣା ପାଲଟିଛନ୍ତି।