ତାତିରୁ ନାହିଁ ନିସ୍ତାର, ସାଢେ ୧୧ ସୁଦ୍ଧା ରାଜଧାନୀର ପାରଦ ଟପିଲା ୩୯
23/05/2023 at 12:43 PM

ଭୁବନେଶ୍ୱର ୨୩/୦୫: ସାରା ରାଜ୍ୟରେ ଅସହ୍ୟ ତାତି । ଖରା ଗରମରେ ଆଉଟପାଉଟୁ ରାଜ୍ୟବାସୀ । କେବଳ ଖରା ନୁହେଁ ଗୁଳୁଗୁଳି ବି ଲୋକଙ୍କୁ କରୁଛି କଲବଲ । ଘରୁ ବାହାରିବା ହୋଇପଡୁଛି ସଂଗୀନ । ଚାଲି ଚାଲି ତ ଦୂରର କଥା ବାଇକରେ ବି ଯା ଆସ କରିବା ଅସମ୍ଭବ ହୋଇପଡୁଛି । ବିଶେଷ କରି ରାଜଧାନୀରେ ତାପମାତ୍ରା ରହୁଛି ସବୁଠୁ ଅଧିକ ।
ମଙ୍ଗଳବାର ଦିନ ସାଢେ ୧୧ ସୁଦ୍ଧା ରାଜଧାନୀର ପାରଦ ଟପିଛି ୩୯ ଡିଗ୍ରୀ । ଯାହାକି ଅନ୍ୟ ସହର ଅପେକ୍ଷା ଅଧିକ ବୋଲି କୁହାଯାଉଛି । ଭୁବନେଶ୍ୱରର ତାପମାତ୍ରା ୩୯ ଡ଼ିଗ୍ରୀ ଝାରସୁଗୁଡାର ତାପମାତ୍ରା ରହିଛି ୩୮.୪ ଡ଼ିଗ୍ରୀ । ସମ୍ବଲପୁରର ତାପମାତ୍ରା ୩୮.୨ ଡ଼ିଗ୍ରୀ ଥିବାବେଳେ ହୀରାକୁଦର ପାରା ରହିଛି ୩୭.୪ ଡ଼ିଗ୍ରୀ । ଚାନ୍ଦବାଲିର ତାପମାତ୍ରା ୩୬.୬ ଡ଼ିଗ୍ରୀ, କେନ୍ଦୁଝରର ୩୬.୪ ଡ଼ିଗ୍ରୀ, ଗୋପାଳପୁରର ୩୪.୬ ଡ଼ିଗ୍ରୀ, ବାଲେଶ୍ୱରର ୩୩.୬ ଡ଼ିଗ୍ରୀ, ପୁରୀର ୩୩ ଡ଼ିଗ୍ରୀ, ପାରାଦ୍ୱୀପର ୩୨.୬ ଡ଼ିଗ୍ରୀ ରେକର୍ଡ ହୋଇଛି ।