ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଭାରତ ସ୍ମାର୍ଟସିଟି ପୁରସ୍କାର : ଭୁବନେଶ୍ୱର ହାତେଇଲା ୨ ଟ୍ରଫି, ସାମାଜିକ ବର୍ଗରେ ଦ୍ୱିତୀୟ ଓ ଶାସନ ବିଭାଗରେ ତୃତୀୟ

26/06/2021 at 11:15 AM

ଭୁବନେଶ୍ୱର,୨୭/୦୬: କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ଭାରତ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ହାତେଇଛି ଭୁବନେଶ୍ୱର । ସାମାଜିକ ବର୍ଗରେ ‘ସୋସିଆଲ ସ୍ମାର୍ଟ ଭୁବନେଶ୍ୱର’ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଶାସନ ବିଭାଗରେ ନାଗରିକ ପୋର୍ଟାଲ ସେବା ଆପ୍‌ ‘ଭୁବନେଶ୍ୱର.ମି ’ ତୃତୀୟ ସ୍ଥାନ ହାସଲ କରିଛି ।

ଦେଶର ଅଗ୍ରଣୀ ୧୦୦ ସ୍ମାର୍ଟ ସିଟି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସାମାଜିକ ବର୍ଗରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତିରୁପତି ପ୍ରଥମ ଓ ତୁମକୁରୁ ତୃତୀୟ ସ୍ଥାନ ଅଧିକାର କରିଛି । ସେହିପର ଶାସନ ବିଭାଗରେ ବରୋଦା ଏବଂ ଥାନେ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭୁବନେଶ୍ୱର ତୃତୀୟ ସ୍ଥାନ ଅଧିକାର କରିଛି ।

ରାଜଧାନୀ ଭୁବନେଶ୍ୱର ସାମାଜିକ, ଅର୍ଥନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଆହୁରି ସମୃଦ୍ଧି ତଥା ବିକାଶଶୀଳ କରିବା ପାଇଁ ଅଣ୍ଟା ଭିଡିଛି ସ୍ମାର୍ଟ ସିଟି ପ୍ରକଳ୍ପ ।ଏ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଅଧିନରେ ଦୁଇଟି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ସାମାଜିକ ସ୍ମାର୍ଟ ଭୁବନେଶ୍ୱର ଏବଂ ସହରର ଏକକୃତ ନାଗରିକ ପୋର୍ଟାଲ ଭୁବନେଶ୍ୱର.ମି ଶୁଭାରମ୍ଭ କରାଯାଇଥିଲା । ଏହି ଦୁଇ ପ୍ରକଳ୍ପ ସାଧାରଣ ଲୋକଙ୍କ ନିକଟତର ହେବା ସହ ସେମାନଙ୍କୁ ସେବା ଯୋଗାଇବା ମୂଳ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା । ସାମାଜିକ ସ୍ମାର୍ଟ ଭୁବନେଶ୍ୱର ପ୍ରକଳ୍ପରେ ସହରର ମହିଳା ଏବଂ ଯୁବତୀଙ୍କ ନିରାପତ୍ତାକୁ ପ୍ରୋତ୍ସାହିତ କରିବା, ଦୁର୍ବଳ ତଥା ବଞ୍ଚିତ ଜନସଂଖ୍ୟା ପାଇଁ ସାମାଜିକ ସମସ୍ୟାର ଉନ୍ନତି, ସ୍ୱାସ୍ଥ୍ୟ, ପରିମଳ କାର୍ଯ୍ୟ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଥିଲା । ଏ ନେଇ ୨୦୧୭ ମସିହାରୁ ବିଏମ୍‌ସି, ୟୁଏନ୍‌ଏଫ୍‌ପିଏ, ବିଏସ୍‌ସିଏଲ୍‌ ଏବଂ ହୁମାର ବଚ୍ଚନ ଟ୍ରଷ୍ଟ ରାଜଧାନୀର ୮ ବସ୍ତିରୁ ଏହି ଅଭିଯାନ ଆରମ୍ଭ କରିଥିଲା । ଏବେ ଏହା ପ୍ରାୟ ୧୦୦ ବସ୍ତି ଏବଂ ୮୦ ଶିକ୍ଷାନୁଷ୍ଠାନର ସେବା ଜାରି ରଖିଛି ।

ସେହିପରି ଭୁବନେଶ୍ୱର ମୁଁ ଆପ୍‌ ଏବେ ପ୍ରାୟ ୧୬ଟି ସରକାରୀ ସଂଗଠନରୁ ୧୦୦ରୁ ଉଦ୍ଧ୍ୱର୍ ନାଗରିକ ସେବା ଯୋଗାଇ ଆସୁଛି । ପ୍ରାୟ ୪ ଲକ୍ଷ ୟୁଜର୍ସ ଥିବା ବେଳେ ଦୁଇ ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ କରି ଆସିଛି ।ଏହି ଦୁଇ ପ୍ରକଳ୍ପ ଦୁଇ ବିଭାଗରେ ଉନ୍ନତ ମାନର ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଛି । ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ସ୍ମାର୍ଟ ସିଟିକୁ ପଛରେ ପକାଇ ଏହି ସଫଳତା ହାସଲ କରିବାରେ ସମର୍ଥ ହୋଇଛି । ଏନେଇ ସ୍ମାର୍ଟ ସିଟି ସିଇଓ ସଞ୍ଜୟ କୁମାର ସିଂହ ଖୁସି ବ୍ୟକ୍ତ କରିବା ସହ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ।

   Related Posts