ତତଲା କଡେଇରେ ଭାଜି ହେଉଛି ରାଜଧାନୀ, ତାତିି ଅସମ୍ଭାଳ: ୪୦ ଡ଼ିଗ୍ରୀ ଛୁଇଁଲା ପାରଦ

Published By : Prameya-News7 Bureau | April 23, 2022 IST

ଭୁବନେଶ୍ୱର ୨୩/୦୪: ତାତିରେ ଆଉଟୁ ପାଉଟୁ ଜନଜୀବନ । ତତଲା ତାଓ୍ୱାରେ ଭାଜି ହେଲା ରାଜଧାନୀ ଭୁବନେଶ୍ୱର । ପୂର୍ବରୁ ପଶ୍ଚିମ ଅଞ୍ଚଳରେ ଅହସ୍ୟ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଥିଲା । ଏବେ କିନ୍ତୁ ରାଜଧାନୀରେ ତାତି ଅସମ୍ଭାଳ ।

ଆଜି ଦିନ ୧୧.୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ରେକର୍ଡ କରିଛି । ଭୁବନେଶ୍ୱରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଖରାରର ପ୍ରକେପ ଏତେ ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସକାଳୁ ସକାଳୁ ପ୍ରବଳ ଗରମ ଅନୁଭୂତ ହେଉଛି । ସେହିଭଳି ବାଲେଶ୍ୱରର ତାପମାତ୍ରା ୩୭.୨ ଡ଼ିଗ୍ରୀ ଝାରସୁଗୁଡାର ୩୭.୮ ଡ଼ିଗ୍ରୀ, ଗୋପାଳପୁରର ତାପମାତ୍ରା ୩୦.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଏହାସହ ସମ୍ବଲପୁରର ତାପମାତ୍ରା ୩୭ ଡ଼ିଗ୍ରୀ, ପାରାଦ୍ୱୀପ ୩୧.୮ ଡ଼ିଗ୍ରୀ, ପୁରୀର ୩୨.୪ ଡ଼ିଗ୍ରୀ, ଚାନ୍ଦବାଲି ୩୭.୮ ଡ଼ିଗ୍ରୀ, କେନ୍ଦୁଝର ୩୬.୮ ଡ଼ିଗ୍ରୀ ଏବଂ ହୀରାକୁଦରେ ତାପମାତ୍ରା ୩୬.୬ ଡ଼ିଗ୍ରୀ ସେଲିସିୟସ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.