ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

BBC ପ୍ରୋପାଗଣ୍ଡାକୁ ଚୀନ କରୁଛି ଫଣ୍ଡିଂ ? ଡକ୍ୟୁମେଣ୍ଟାରୀ ବିବାଦ ଭିତରେ ବିଜେପି ସାଂସଦଙ୍କ ଦାବି, ଦେଲେ ‘ପ୍ରମାଣ’

31/01/2023 at 6:39 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ମଧ୍ୟରେ ବିଜେପି ସାଂସଦ ତଥା ବରିଷ୍ଠ ଆଇନଜୀବୀ ମହେଶ ଜେଠମଲାନୀ ବଡ଼ ଅଭିଯୋଗ ଆଣିଛନ୍ତି । ବିବିସିର ପ୍ରୋପାଗଣ୍ଡକୁ ଚୀନ ଫଣ୍ଡିଂ କରୁଥିବାର ସେ ଅଭିଯୋଗ ଆଣିଛନ୍ତି । ବିଜେପି ସାଂସଦ ଟ୍ୱିଟ୍ କରି କହିଛନ୍ତି ଯେ ବିବିସିକୁ ପ୍ରଚୁର ଅର୍ଥରାଶିର ଆବଶ୍ୟକତା ରହିଛି ଏବଂ ସେ ଚୀନ କମ୍ପାନି ହୁୱେଇଠାରୁ ଏହା ନେଉଛି ।

ରାଜ୍ୟସଭା ସାଂସଦ ମହେଶ ଜେଠମଲାନୀ ଟ୍ୱିଟ କରି ଲେଖିଛନ୍ତି, ‘ବିବିସି ଭାରତ ବିରୋଧୀ କାହିଁକି ? କାରଣ ଏହାକୁ ପୁଞ୍ଜିର ଜରୁରୀ ଆବଶ୍ୟକତା ରହିଛି ଏବଂ ଏହାକୁ ସେ ଚୀନ ସରକାର ଜଡିତ ହୁୱେଇରୁ ହାସଲ କରୁଛି’ । ସେ କହିଛନ୍ତି ବିବିସି ଚୀନରେ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ପୁଞ୍ଜି ନେଉଛି । ଏହା ଏକ କେସ୍-ଫର-ପ୍ରୋପାଗଣ୍ଡା ଚୁକ୍ତି ଅଟେ ।

ନିଜ ଟ୍ୱିଟ୍ ସହ କଥିତ ପ୍ରମାଣ ରୂପେ ସେ ଏକ ଲିଙ୍କ ସେୟାର କରି କଂଗ୍ରେସ ନେତା ଜୟରାମ ରମେଶଙ୍କୁ ବିବିସିର ସହଯୋଗୀ କମ୍ରେଡ ବୋଲି କହିଛନ୍ତି । ବିଜେପି ସାଂସଦ ୨୦୨୨ ଅଗଷ୍ଟରେ ୟୁକେର ପତ୍ରିକା ଦ ସ୍ପେକ୍ଟେଟରରେ ପ୍ରକାଶିତ ଏକ ରିପୋର୍ଟର ଲିଙ୍କ ସେୟାର କରିଛନ୍ତି, ଏଥିରେ ହୁୱେଇଠାରୁ ବିବିସି ପୁଞ୍ଜି ନେଇଥିବା ଅଭିଯୋଗ ହୋଇଛି ।

   Related Posts