ଚୀନରେ ବିବିସି ରିପୋର୍ଟରଙ୍କୁ ମାଡ, ହାତକଡି ପକାଇ ଘୋଷାଡି ଘୋଷାଡି ନେଲା ପୋଲିସ

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ: ଚୀନରେ କରୋନା କଟକଣା ବିରୋଧରେ ଜାରି ପ୍ରଦର୍ଶନକୁ ନେଇ ରିପୋର୍ଟିଂ ପାଇଁ ପହଞ୍ଚିଥିବା ବିବିସି ସାମ୍ୱାଦିକଙ୍କୁ ମାଡ ମରା ଘଟଣା ସମନାକୁ ଆସିଛି । ଚୀନ ପୋଲିସ ଉପରେ ଅଭିଯୋଗ ଯେ ଏହାର ଅଧିକାରୀମାନେ ସାମ୍ୱାଦିକଙ୍କ ସହ ଦୁର୍ବ୍ୟବହାର କରିବା ମାଡ ମାରିଥିଲେ । ରିପୋର୍ଟ ଅନୁସାରେ, ସାମ୍ୱାଦିକଙ୍କୁ ହାତକଡି ପକାଇ ଟାଣି ଟାଣି ନେବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସକର୍ମୀ ବିବିସି ସାମ୍ୱାଦିକଙ୍କୁ ହେପାଜତକୁ ନେବାର କିଛି ଘଣ୍ଟା ପରେ ଛାଡି ଦେଇଥିବା ଜଣାପଡିଛି ।  

ବିବିସି ରବିବାର ଘଟିଥିବା ଏହି ଘଟଣାକୁ କଡ଼ା ନିନ୍ଦା କରିଛି । ମିଡିଆ ହାଉସ ପକ୍ଷରୁ ଜାରି ବୟାନ ଅନୁସାରେ, 'ସଂଘାଇରେ ଆନ୍ଦୋଳନକୁ କଭର କରିବା ପହଞ୍ଚିଥିବା ତାଙ୍କ ସାମ୍ୱାଦିକ ଅଡ ଲରେନ୍ସଙ୍କ ସହ ଚୀନର ପୋଲିସକର୍ମୀ ମାରପିଟ୍ କରିଥିଲେ । ସାମ୍ୱାଦିକଙ୍କ ହାତକୁ ବାନ୍ଧି ତାଙ୍କୁ ଘୋଷାଡି ଘୋଷାଡି ନିଆଯାଇଥିଲା । ସାମ୍ୱାଦିକଙ୍କୁ ମାଡ ମରାଯିବା ପରେ ଗିରଫ କରାଯାଇଥିଲା, କିନ୍ତୁ କିଛି ଘଣ୍ଟା ପରେ ଛାଡ଼ି ଦିଆଯାଇଥିଲା'।

କରୋନାର ପ୍ରକୋପକୁ ଅଟକାଇବା ପାଇଁ କଡ଼ା ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହାକୁ ବିରୋଧର ଚୀନରେ ଜୋରଦାର ଆନ୍ଦୋଳନ କରାଯାଉଛି । ଆନ୍ଦୋଳନକାରୀଙ୍କ ଏହି ପ୍ରଦର୍ଶନ ଏବେ ବେଜିଂରେ ପହଞ୍ଚିଛି । ସଂଘାଇର ଉରୁମସୀରେ ଲକଡାଉନ ସମୟରେ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ଏହି ସମୟରେ ଲୋକଙ୍କୁ ବାହାରକୁ ଆସିବାକୁ ଦିଆଯାଇ ନଥିଲା ଏବଂ ୧୦ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ କଠୋର କରୋନା କଟଣାକୁ ବିରୋଧ କରି ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.