ବିବିସିର ବିଦାଦୀୟ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ହଙ୍ଗାମା, ଜେଏନୟୁରେ ବିଜୁଳି, ଇଣ୍ଟରନେଟ୍ ଠପ୍, ଛାତ୍ରଙ୍କ ଉପରକୁ ପଥରମାଡ଼

Published By : Prameya-News7 Bureau | January 25, 2023 IST

ନୂଆଦିଲ୍ଲୀ: ପୁଣି ଥରେ ଅଶାନ୍ତ ହୋଇଛି ଦିଲ୍ଲୀ ଜବାହରଲାଲ ନେହରୁ ୟୁନିଭରସିଟି । ବିବିସି ଦ୍ବାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଭୟଙ୍କର ହଙ୍ଗାମା ହୋଇଛି । ଭଙ୍ଗାରୁଜା ସହିତ, ବିଶ୍ବ ବିଦ୍ୟାଳୟ କ୍ୟାମ୍ପସକୁ ବିଜୁଳି ବିଚ୍ଛିନ୍ନ କରିଦିଆଯାଇଛି । ଗୁଜରାଟ ଦଙ୍ଗାକୁ ନେଇ ତିଆରି ହୋଇଥିବା ଡକ୍ୟୁମେଣ୍ଟାରୀ ଫିଲ୍ମ ଚାଲିବାରୁ ପ୍ରଶାସନ ବିଜୁଳି କାଟି ଦେଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଗୁଜରାଟ ଦଙ୍ଗାକୁ ନେଇ ବିବିସି ଦ୍ବାରା ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିବାଦୀୟ ଭାବେ ଚିତ୍ରିଣ କରାଯାଇଛି । ଏହାକୁ ନେଇ ଜେଏନୟୁରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭେଦଭାଦ ଦେଖିବାକୁ ମିଳିଛି । ମଙ୍ଗଳବାର ରାତିରେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ତାତିଛି ଛାତ୍ର ସଂଘ। ଛାତ୍ରଛାତ୍ରୀମାନେ ଫିଲ୍ମକୁ ଦେଖୁଥିବାବେଳେ ପ୍ରଶାସନ ପକ୍ଷରୁ କ୍ୟାମ୍ପସରେ ବିଜୁଳି ସହିତ ମୋବାଇଲ୍ ଇଣ୍ଟରନେଟ୍ କାଟି ଦିଆଯାଇଥିଲା । ପରେ କିଛି ଛାତ୍ର ଲିଙ୍କ୍‌କୁ ସେୟାର କରି ମୋବାଇଲ୍ ଓ ଲାପଟପ ମାଧ୍ୟମରେ ଫିଲ୍ମକୁ ଦେଖିଥିଲେ । ହେଲେ ଏହି ସମୟରେ ଛାତ୍ରଙ୍କ ଉପରୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ତେଣୁ ଛାତ୍ରଛାତ୍ରୀମାନେ ହାତରେ ଲାଇଟ୍ ଧରି ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଦ୍ବାରା ହୋଇଥିବା ପ୍ରଦର୍ଶନକୁ ନିୟନ୍ତ୍ରଣ କରିବାକୁ କ୍ୟାମ୍ପସରେ ପୋଲିସ ପହଞ୍ଚିଛି । ଜେନୟୁ ଛାତ୍ର ସଂଘ ଅଧ୍ୟକ୍ଷ ଆଇଷ୍ ଘୋଷ ପଥର ମାଡ଼ କରିଥିବା ଏଭିବିପିର ୨୫ ଛାତ୍ରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହା ସହିତ ବିଦ୍ୟୁତ୍ ସରବରାହ ପୁଣି ଥରେ ଚାଲୁ କରିବାକୁ କହିଛନ୍ତି । ଅନ୍ୟପଟେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଜୁଳି ବିଚ୍ଛିନ୍ନ ହୋଇଥିଲା । ଏବେ ସେବା ପୁଣି ଥରେ ଚାଲୁ କରିଦିଆଯାଇଛି ବୋଲି ବିଶ୍ବବିଦ୍ୟାଳୟ ପ୍ରଶାସନ କହିଛି ।

{"id":737301,"width":833,"height":479,"sizeSlug":"full","linkDestination":"none"}

ଜେଏନୟୁର କିଛି ଛାତ୍ର ଗୋଷ୍ଠୀ ବିବିସିର ଡକ୍ୟୁମେଣ୍ଟାରୀକୁ ବିରୋଧ କରୁଛନ୍ତି । ଏହା କ୍ୟାମ୍ପସର ବାତାବରଣ ଖରାପ କରିବ ବୋଲି କହିଥିଲେ। ଡକ୍ୟୁମେଣ୍ଟାରୀ ବ୍ୟାନ୍ କରିବାକୁ ନେଇ ସେମାନେ ସ୍ୱାଗତ କରିଥିଲେ । ହେଲେ ବାମପନ୍ଥୀ ଛାତ୍ରଛାତ୍ରୀମାନେ ସରକାରଙ୍କ ଦ୍ବାରା ବ୍ୟାନ୍ କରାଯାଇଥିବା ‘India: The Modi Question’ ଡକ୍ୟୁମେଣ୍ଟାରୀକୁ ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ସ୍କ୍ରିନିଂ ପାଇଁ ରଖିଥିଲେ । ହେଲେ ଏହାର କିଛି ସମୟ ପୂର୍ବରୁ ବିଜୁଳି କଟି ଯାଇଥିଲା । ମାତ୍ର ଛାତ୍ରମାନେ ମୋବାଇଲ ଓ ଲାପଟପ୍ ମାଧ୍ଯମରେ ଫିଲ୍ମକୁ ଦେଖିଥିଲେ । ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପୋଲିସ କ୍ୟାମ୍ପସରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଛି । ଛାତ୍ରଙ୍କ ଅଭିଯୋଗ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.