ଜଜ୍ଙ୍କ ସମୟ ବରବାଦ କରୁଛନ୍ତି…ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବା ଉପରେ ବର୍ଷିଲେ ଆଇନମନ୍ତ୍ରୀ
30/01/2023 at 8:21 PM

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରୀ ଉପରେ ବ୍ୟାନ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ଯାଚିକାକୁ ସମୟର ବରବାଦ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କହିଛନ୍ତି । କିରନ ରିଜିଜୁ ଟ୍ୱିଟ୍ କରି କହିଛନ୍ତି ଯେ ଏହିପରି ଯାଚିକା ଜରିଆରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସମୟ ବରବାଦ କରାଯାଉଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ହଜାର ହଜାର ସାଧାରଣ ନାଗରିକ ଅପେକ୍ଷା କରିଛନ୍ତି ଏବଂ ନ୍ୟାୟ ପାଇଁ ତାରିଖ ଚାହୁଁଛନ୍ତି’ । ସୋମବାର କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଟିଏମସି ସାଂସଦ ମହୁଆ ମୋଇତ୍ରା , ସାମ୍ୱାଦିକ ଏନ ରାମ ଏବଂ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଇନଜୀବୀ ଏମଏଲ ଶର୍ମା ମଧ୍ୟ ଏହା ଉପରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଶର୍ମାଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟ ମଧ୍ୟ ସହମତ ହୋଇଛନ୍ତି ।
This is how they waste the precious time of Hon'ble Supreme Court where thousands of common citizens are waiting and seeking dates for Justice. https://t.co/5kouG8Px2K
— Kiren Rijiju (@KirenRijiju) January 30, 2023
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ପିଏମ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରୀ India : The Modi Questionକୁ ସୋସିଆଲ ମିଡିଆର ବ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ୟାନ ନିଷ୍ପତ୍ତିକୁ ବିରୋଧୀ ଦଳ ନିନ୍ଦା କରିଥିଲେ । ଦିଲ୍ଲୀ, ହାଇଦ୍ରାବାଦ, କେରଳ ସହ ଅନେକ ସ୍ଥାନୀୟ ଏହି ବ୍ୟାନ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଆୟୋଜିତ କରାଯାଇଥିଲା ।
କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ଗତ କିଛି ସମୟ ଧରି ନ୍ୟାୟପାଳିକାର କାର୍ଯ୍ୟପ୍ରଣାଳୀ ଉପରେ ଲଗାତାର ପ୍ରଶ୍ନ ଉଠାଇ ଆସୁଛନ୍ତି । ଗତ ସପ୍ତାହରରେ ଆଇନ ମନ୍ତ୍ରୀ କହିଥିଲେ ଯେ ଜଜ୍ମାନଙ୍କୁ ଜନତାଙ୍କ ସମୀକ୍ଷାର ସାମନା କରିବାକୁ ପଡି ନଥାଏ କାରଣ ସେମାନେ ନିର୍ବାଚନ ଲଢନ୍ତି ନାହିଁ, କିନ୍ତୁ ଲୋକମାନେ ନଜର ରଖୁଛନ୍ତି । ସେମାନେ କେଉଁ ପ୍ରକାର ନ୍ୟାୟ କରୁଛନ୍ତି, ସେହି ଆଧାରରେ ଜନତା ସେମାନଙ୍କ ଆକଳନ କରିଥାନ୍ତି ।