୫୩ ବର୍ଷରେ କମିନି ଅଭିନେତ୍ରୀଙ୍କ କ୍ରେଜ୍‌ : ଏବେ ବି ଲାଗୁଛି ୩୧ ବର୍ଷିୟା ମହିଳା..

Published By : Prameya-News7 Bureau | October 09, 2021 IST

ୱାଶିଂଟନ୍‌ ୦୯/୧୦ : ଯଦି ଆପଣ ୯୦ ଦଶକର ଟିଭି ଶୋ ବେୱାଚ୍ ଦେଖିଥିବେ, ତେବେ ଅଭିନେତ୍ରୀ ଡୋନା ଡି’ରିକୋଙ୍କୁ ମଧ୍ୟ ମନେ ରଖିବେ ଯିଏ ପାମେଲା ଆଣ୍ଡରସନଙ୍କ ସହିତ ପରଦାରେ ଆସିଥିଲେ। ସେହି ଯୁଗରୁ ଏବେ ପ୍ରାୟ ୩୧ ବର୍ଷ ବିତିଗଲାଣି, କିନ୍ତୁ ଆଜି ମଧ୍ୟ ଡୋନାଙ୍କୁ ଦେଖିଲା ପରେ ଲାଗୁଛି ଯେପରି ବେୱାଚ୍ ଏବେ ସରିଛି । ଏହି ୫୩ ବର୍ଷ ବୟସରେ ମଧ୍ୟ ଡୋନାଙ୍କର ଏଭଳି ହସୁଥିବା ସହ ପୁରା ଯୁବାବସ୍ଥା ଦେଖା ଯାଉଥିବାର ନଜର ଆସିଛନ୍ତି । ଦେଖିଲେ ଲାଗୁଛି ଯେପରି ଗତ ତିନି ଦଶନ୍ଧି ମଧ୍ୟରୁ ତାଙ୍କ ବୟସ ଗୋଟିଏ ଦିନ ମଧ୍ୟ ବୃଦ୍ଧି ହୋଇନାହିଁ ।

ତେବେ ସୂଚନା ଅନୁଯାୟୀ ଡୋନା ଡି ଏରିକୋ ସାଣ୍ଟା ମୋନିକାର ଏକ ପାର୍ଟୀରେ ନଜର ଆସିଥିଲେ। ସେ ଏକ ଧଳା କ୍ରପ୍‌ ଟପ୍ ପିନ୍ଧିଛନ୍ତି, ଡୋନା ବେୱାଚ୍ ଦିନରେ ପୂର୍ବ ପରି ଦେଖାଯାଉଥିଲେ । ଡୋନାଙ୍କୁ ଦେଖି ତାଙ୍କ ବୟସ ଅନୁମାନ କରିବା କଷ୍ଟକର ନୁହେଁ, ଏହା ଅସମ୍ଭବ ଅଟେ । ତାଙ୍କ ବେଇୱାଚ୍ ସୁଇମିଂ ପୋଷାକ ଫଟୋ ଏବଂ ଏବେକା ଫଟୋକୁ ଦେଖିଲେ ଆପଣ ବି ତାଜୁବ୍‌ ହୋଇଯିବେ । ଡୋନା ଡି’ରିକୋ ବେୱାଚ୍ ରେ ମାର୍କୋ ଭୂମିକାରେ ଅଭିନୟ କରିଥିଲେ, ଯାହା ୧୯୯୬ ରୁ ୧୯୯୮ ପର୍ଯ୍ୟନ୍ତ ଛୋଟ ପରଦାରେ ଦେଖିବାକୁ ମିଳିଥିଲା ​​। ଡୋନା ୨୦୧୭ରେ ଚର୍ଚ୍ଚାରେ ଆସିଥିଲେ ।କାରଣ ସେ ତାଙ୍କତ ଏକାଧିକ ଅସ୍ତ୍ରୋପଚାର ତଥା ସର୍ଜରୀ କରିଥିଲେ । ବର୍ତ୍ତମାନ ଡୋନାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । କିଛି ଦିନ ପୂର୍ବରୁ ସେ ତାଙ୍କ ପୁର୍ବ ସ୍ୱାମୀଙ୍କ ସହିତ ତାଙ୍କ ଝିଅର ଏକ ଫଟୋ ସେୟାର କରିଥିଲେ ।

ଡୋନା ଡି’ରିକୋ ତାଙ୍କ ସ୍ୱାସ୍ଥ୍ୟର ଖୁବ୍‌ ଯତ୍ନ ନିଅନ୍ତି । ସେ ଗତ ଏକ ବର୍ଷ ଧରି ମଦ୍ୟପାନକୁ ମଧ୍ୟ ଛୁଇଁ ନାହାଁନ୍ତି। ଅଭିନେତ୍ରୀ ନିଜ  ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି, 'ଆଜି ପର୍ଯ୍ୟନ୍ତ ମୁଁ ମଦ୍ୟପାନ ନ କରି ବର୍ଷେ ହୋଇଗଲାଣି। ଯେତେବେଳେ ମଦ୍ୟପାନ ବନ୍ଦ କରିଦେଉଛେ, ସେତେବେଳେ ବହୁତ ଭଲ ହୋଇଥାଏ। ମୁଁ ଏହି ଗୋଟିଏ ବର୍ଷରେ ବହୁତ କିଛି ଶିଖିଛି । ମଦ୍ୟପାନ ଛାଡି ମୁଁ ବହୁତ ଫାଇଦାରେ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.