Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପୁରୀରେ ପହଞ୍ଚିଲା ବଉଳ କାଠ, ମହାପ୍ରଭୁଙ୍କ ସେନାପଟା ଲାଗି ସତ୍ୟବାଦୀରୁ ଆସିଛି କାଠ

1/06/2023 at 10:54 AM

ପୁରୀ ୦୧/୦୬: ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ । ସତ୍ୟବାଦୀ ଅଞ୍ଚଳରୁ ଆସିଛି ଏହି ବଉଳ କାଠ । ଜୁନ୍ ୪ ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଉଳ ଗଛ ଚିହ୍ନଟ କରାଯିବା ପରେ ପୂଜାର୍ଚ୍ଚନା କରାଯାଇ ଗଛକୁ କଟା ଯାଇଥିଲା । ତେବେ ଶଗଡ଼ ସାହାଯ୍ୟରେ ଗତକାଲି ରାତିରେ ଏହା ପୁରୀରେ ଆସି ପହଞ୍ଚିଛି ।

ଜୁନ୍ ୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଥିବାବେଳେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତିରେ ଏହା ଲାଗି କରାଯିବ । ପହଣ୍ଡି ସମୟରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି କାଠର ବେଶ୍ ଆବଶ୍ୟକ ଥାଏ । ତେବେ ଆସନ୍ତାକାଲି ଦଇତା ପ୍ରବେଶ ଥିବାବେଳେ ମହାପ୍ରଭୁଙ୍କ ବାହୁଟ କଣ୍ଟ ନୀତି କରିବେ ଏହି ସେବାୟତ । ଏହା ପର ଦିନ ବଉଳ କାଠକୁ ମାପଚୁପ କରାଯାଇ ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ପାଇଁ ଏହାକୁ ସେନାପଟା ଭାବେ ବ୍ୟବହାର କରି ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବାର ବିଧି ରହିଛି।

   Related Posts