ପୁରୀରେ ପହଞ୍ଚିଲା ବଉଳ କାଠ, ଦେବସ୍ନାନ ପୂର୍ଣ୍ଣିମାରେ ସେନାପଟା ଲାଗି ନୀତିରେ ହେବ ଲାଗି

Published By : Prameya-News7 Bureau | June 18, 2024 IST

ପୁରୀ: ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ। ସତ୍ୟବାଦୀ ଅଞ୍ଚଳରୁ ଆସିଛି ଏହି ବଉଳ କାଠ। ଜୁନ୍ ୨୨ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଉଳ‌ ଗଛ ଚିହ୍ନଟ କରାଯିବା ପରେ ପୂଜାର୍ଚ୍ଚନା କରାଯାଇ ଗଛକୁ କଟାଯାଇଥିଲା। 

ମଙ୍ଗଳବାର ସନ୍ଧ୍ୟାରେ ଶଗଡ଼ ସାହାଯ୍ୟରେ ଏହା ପୁରୀରେ ପହଞ୍ଚିଛି। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାରେ ଏହା ସେନାପଟା ଲାଗି ନୀତିରେ ଏହା ଲାଗି କରାଯିବ। ସୂଚନାଥାଉକି, ପହଣ୍ଡି ସମୟରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି କାଠର ବେଶ୍ ଆବଶ୍ୟକ ଥାଏ । 

ତେବେ ତ୍ରୟୋଦଶୀରେ ଦଇତା ପ୍ରବେଶ ଥିବାବେଳେ ମହାପ୍ରଭୁଙ୍କ ବାହୁଟ କଣ୍ଟ ନୀତି କରିବେ ଏହି ସେବାୟତ। ଏହା ପର ଦିନ ବଉଳ କାଠକୁ ମାପଚୁପ କରାଯାଇ ସ୍ନାନ ପୂର୍ଣ୍ଣିମାରେ ପହଣ୍ଡି ପାଇଁ  ସେନାପଟା ଭାବେ ଏହାକୁ ବ୍ୟବହାର କରି ଶ୍ରୀଅଙ୍ଗକୁ ସୁରକ୍ଷା ଦିଆଯିବାର ବିଧି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.