ବାଲିପାଟଣା ୧୯।୧୨: ବାଲିଅନ୍ତା ପୋଲିସ ପଞ୍ଝାରେ ୨ ବ୍ୟାଟେରୀ ଚୋର । ଏମାନଙ୍କ ନିକଟରୁ ୫୫ ଟି ଟାୱାର ବ୍ୟାଟେରୀ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବାଳକାଟି ରଥିଜେମାର ପ୍ରେମାନନ୍ଦ ସାହୁ ଏବଂ କଟକ ସଦର ଥାନା ତେନ୍ତୁଳିନାଲି ଗ୍ରାମର ବୁଲୁ ଦାସ । ରବିବାର ଦିନ ବାଳକାଟି ଅଞ୍ଚଳରୁ ଚୋରା ବ୍ୟାଟେରୀ ଏକ ଟାଟା ଏସିଇ ଗାଡି ରେ କଟକ ଯାଉଥିବା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା । ପାହାଳ ନିକଟ ସିମ୍ଫୋନି ମଲ୍ ନିକଟରେ ସଂପୃକ୍ତ ଟାଟା ଏସିଇ ଗାଡ଼ିକୁ ଅଟକାଇଥିଲା। ଗାଡି ତଲାସି ବେଳେ ସେଥିରୁ ୫୫ ଟି ବ୍ୟାଟେରୀ ଜବତ ହୋଇଥିଲା । ଏହି ବ୍ୟାଟେରୀକୁ ବିଭିନ୍ନ ମୋବାଇଲ ଟାୱାରରୁ ଚୋରି ହୋଇଥିବା ଅଭିଯୁକ୍ତ ମାନେ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ଏହି ସବୁ ବ୍ୟାଟେରୀର ମୂଲ୍ୟ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ହେବ । ଚୋରି ବ୍ୟାଟେରୀ ନେଇ ଯାଉଥିବା ଟାଟା ଏସିଇ ଗାଡିକୁ ପୋଲିସ ଜବତ କରିଛି ।
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...