ATM ଭାଙ୍ଗି ବ୍ୟାଟେରୀ ଚୋରି କରିନେଲେ ଦୁର୍ବୃତ୍ତ, ନେଇପାରିଲେନି ଟଙ୍କା

Published By : Prameya-News7 Bureau | June 10, 2022 IST

ସୁବର୍ଣ୍ଣପୁର ୧୦।୬: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଲୁଣ୍ଡା ସଦର ମହକୁମା ମୁଖ୍ୟ ବଜାର ନିକଟରୁ ଏଟିଏମ ଭାଙ୍ଗି ବ୍ୟାଟେରୀ ଚୋରି । ଦୁର୍ବୃତ୍ତମାନେ ଏକ କାରରେ ଆସି ଏସବିଆଇ ଏଟିଏମ୍ ଭାଙ୍ଗି ୬ଟି ବ୍ୟାଟେରୀ ଚୋରି କରିନେଇଯାଇଛନ୍ତି । ତେବେ ଏଟିଏମ୍ ଭିତରେ ଥିବା ଟଙ୍କା ନେଇପାରିନାହାନ୍ତି ଚୋର । ଏଟିଏମ୍ ନିକଟରେ ଥିବା ସିସିଟିଭି ଫୁଟେଜରୁ ଏହା ଜଣାପଡିଛି । ଏସବିଆଇ କର୍ତ୍ତୃପକ୍ଷ ଏହି ଘଟଣା ଜାଣିଲା ପରେ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉଲୁଣ୍ଡା ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅନୁସନ୍ଧାନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.