ଚୀନ୍୨୯/୧: ପୂରା ବିଶ୍ବରେ ଖେଳି ଗଲାଣି କରୋନା ଭାଇରସ୍। ପ୍ରଥମେ ଚୀନ୍ର ଓ୍ବାହାନ ସହରରୁ ଆରମ୍ଭ ହୋଇଥିଲା କରୋନା ଭାଇରସ୍। ବର୍ତ୍ତମାନ କରୋନ ଭାଇରସ୍କୁ ନେଇ ପୂରା ବିଶ୍ବ ଚିନ୍ତାରେ ପଡ଼ିଛି। କରୋନା ଭାଇରସ୍ କେମିତି ଓ କାହିଁକି ହୁଏ ତାର କାରଣ ଖୋଜି ପାଇଛନ୍ତି ବୈଜ୍ଞାନିକମାନେ। କୁକୁରମାନଙ୍କ ଦ୍ବାରା ଯେପରି ରାବିଜ୍ ଭାଇରସ୍ ଚାରିଆଡ଼େ ଖେଳି ଯାଇଥାଏ। ସେହିପରି ଜଙ୍ଗଲର ପଶୁପକ୍ଷୀଙ୍କ ଦ୍ବାରା କରୋନା ଭାଇରସ୍ ଚାରିଆଡ଼େ ଖେଳି ଯାଇଥାଏ। କରୋନା ଭାଇସର ମୁଖ୍ୟ କାରଣ ହେଉଛି ବାଦୁଡ଼ିର ସୁପ୍ ଓ ମାଂସ। ବ୍ରିଟେନର ପାଦୁଡ଼ଙ୍କ ପାଇଁ ଚୀନରେ ମାତିଛି କରୋନା ଭାଇରସ୍। ଚୀନ୍ରେ ସବୁ ପ୍ରକାର ପଶୁପକ୍ଷୀକୁ ଖାଇଥାଆନ୍ତି। ବ୍ରିଟେନର ବାଦୁଡ଼ି ଚୀନ୍ରେ ଖେଳାଇ ଦେଇଛି କରୋନା ଭାଇରାସ୍।
ଚୀନ୍ର ଓ୍ବାହାନ ସହରରୁ କରୋନା ଭାଇରସ୍ ଆରମ୍ଭ ହୋଇ ଚାରିଆଡ଼କୁ ଖେଳି ଯାଇଥିଲା। ଏହି ସହରରେ ଅଜବ ପ୍ରକାର ଜୀବଜନ୍ତୁକୁ ଆହାର ରୂପେ ଗ୍ରହଣ କରାଯାଇଥାଏ। ଜଙ୍ଗଲି ପଶୁପକ୍ଷୀ କିଣାବିକା ପାଇଁ ଓ୍ବାହାନରେ ଏକ ବଡ଼ ବଜାର ରହିଛି। ଯେଉଁଠି ବ୍ରିଟେନ୍ର ବାଦୁଡ଼ି ବିକ୍ରି ହୋଇଥାଏ। ଦ ସନ ନାମକ ଓ୍ବେବସାଇଟ୍ରେ ଏକ ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ଜଣେ ଯୁବତୀ ବାଦୁଡ଼ିର ମାଂସ ଖାଇବା ସହ ତା ସୁପ୍ ମଧ୍ୟ ପିଉଛି। ବାଦୁଡ଼ିର ମାଂସ ଓ ତା ସୁପ୍ କରୋନା ଭାଇରସ୍ର ମୁଖ୍ୟ କାରଣ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ବାଦୁଡ଼ିଗୁଡିକ ବ୍ରିଟେନରୁ ଆସି ଚୀନ୍ରେ ବିକ୍ରି ହୋଇଥାଏ।
ଚୀନ୍ରେ ଓ୍ବାହାନ ସହରରେ ସବୁଠାରୁ ଅଧିକ ବାଦୁଡ଼ି ବିକ୍ରି ହୋଇଥାଏ। ଚୀନ୍ରେ ବାଦୁଡ଼ି ସୁପ୍ ପିଇବା ପାଇଁ ଏକ ଅଜବ ପ୍ରକାର ପରମ୍ପରା ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ ବ୍ରିଟେନରେ ୧୮ ପ୍ରକାର ଅଲଗା ଅଲଗା ପ୍ରଜାତିର ବାଦୁଡ଼ି ରହିଛନ୍ତି। ଏହି ବାଦୁଡ଼ିର ସୁପ୍ ଓ ମାଂସ ଖାଇବା ଦ୍ବାରା କରୋନା ଭାଇରସ୍ ଖେଳି ଯାଇଥିବା କଥା କୁହାଯାଉଛି। ବର୍ତ୍ତମାନ କରୋନା ଭାଇରସ୍ ପୂରା ବିଶ୍ବରେ ଖେଳି ଯାଇଛି।