scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୮ ମାସ ପାଣିରେ ବୁଡି ରହିଥାଏ ମନ୍ଦିର, କିନ୍ତୁ ମନ୍ଦିରର ହୋଇନଥାଏ କୌଣସି କ୍ଷତି

2/10/2023 at 3:06 PM

ନୂଆଦିଲ୍ଲୀ ୦୨।୧୦: ସମସ୍ତେ ମନ୍ଦିରକୁ ଯାଆନ୍ତି ଓ ପୂଜା କରନ୍ତି । କିନ୍ତୁ ଭାରତରେ ଏପରି ଏକ ରହସ୍ୟମୟୀ ମନ୍ଦିର ରହିଛି ଯିଏକି ବର୍ଷକରେ ୮ମାସ ପାଣିରେ ବୁଡି ରହିଥାଏ ।  ଏହି ମନ୍ଦିରଟି ହେଉଛି ବାଥୁ କି ଲଡି । ଯାହା ହିମାଚଳର କାଙ୍ଗ୍ରା ଜିଲ୍ଲାରେ ରହିଛି ।

ବିଶେଷ କଥା ହେଉଛି ମନ୍ଦିରଟି ପାଣିରେ ୮ ମାସ ରହୁଥିବା ବେଳେ ୪ ମାସ ବାହାରେ ରହିଥାଏ । ମନ୍ଦିରଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତି । ଫେବୃୟାରୀରୁ ଜୁଲାଇ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ଦେଇଥାନ୍ତି ଭଗବାନ ବିଷ୍ଣୁ । ଏହି ମନ୍ଦିର ପାଖରେ ରହିଛି ଅନେକ ଛୋଟଛୋଟ ମନ୍ଦିର ।

 ବାସ୍ତବରେ ମନ୍ଦିରଟି ୮ ମାସ ପାଇଁ ମହାରଣା ପ୍ରତାପ ସାଗର ହ୍ରଦରେ ବୁଡ଼ି ଯାଇଥାଏ । ଯେତେବେଳେ ହ୍ରଦର ଜଳସ୍ତର ବଢିଯାଇଥାଏ ସେତେବେଳେ ମନ୍ଦିର ବୁଡିଯାଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମନ୍ଦିର ଦୀର୍ଘ ସମୟ ଧରି ଜଳମଗ୍ନ ହେବା ପରେ ବି ଏହାର ଗଠନରେ କୌଣସି ପରିବର୍ତ୍ତନ ହୋଇନଥାଏ ।

ଏହାର କାରଣ ହେଉଛି ମନ୍ଦିରଟି ଅନେକ ଶକ୍ତିଶାଳୀ ପଥରରେ ନିର୍ମିତ ।  ଏଠାରେ ଆପଣ ପଥରରେ ଖୋଦିତ ଭଗବାନ ଗଣେଶ ଏବଂ କାଳୀଙ୍କ ମୂର୍ତ୍ତି ଦେଖିବାକୁ ପାଇବେ । ଏହାସହିତ ମନ୍ଦିର ମଧ୍ୟରେ ଭଗବାନ ବିଷ୍ଣୁ ଶେଷନାଗ ଉପରେ ବିଶ୍ରାମ କରୁଥିବାର ମୂର୍ତ୍ତି ସ୍ଥାପନା କରାଯାଇଛି ।

ଏଠାରେ ରହୁଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ, ଏହି ମନ୍ଦିରଟି ସ୍ଥାନୀୟ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଆଉ କିଛି ଲୋକ ଏହି ମନ୍ଦିରକୁ ପାଣ୍ଡବଙ୍କ ସହିତ ସଂଯୋଗ କରିଥାନ୍ତି । ସେମାନଙ୍କ ବିଶ୍ବାସ ଅନୁଅୟାୟୀ, ପାଣ୍ଡବମାନେ ନିର୍ବାସନ ସମୟରେ ଏଠାରେ ସ୍ୱର୍ଗକୁ ସିଡ଼ି ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ । ତଥାପି ସେ ଏହାକୁ ତିଆରି କରିବାରେ ସଫଳ ହୋଇପାରିନଥିଲେ । କାରଣ ସେମାନଙ୍କୁ ଗୋଟିଏ ରାତିରେ ଏହି ସିଡ଼ି ନିର୍ମାଣ କରିବାକୁ ଥିଲା ।

You Can Read:

   Related Posts