ବାସୁଦେବପୁର ୩୦।୧୦: ବାତ୍ୟା ‘ଦାନା’ ଯିବା ପରେ ବାସୁଦେବପୁରରେ ଦେଖାଦେଇଛି ବନ୍ୟା ସ୍ଥିତି । ବାସୁଦେବପୁର ଅଞ୍ଚଳରେ ଥିବା ମନ୍ତେଇ, ଗମେଇ ନଦୀରେ ବନ୍ୟା ପାଣି ଆସି ବାସୁଦେବପୁର ବ୍ଲକର ବରଣ୍ଡୁଆ, ରାତାଙ୍ଗ, ସୁଦର୍ଶନପୁର, ସୁଆଁ ଆଦି ଅଞ୍ଚଳରେ ପାଣି ମାଡି ଆସିଛି । ଫଳରେ ଚାଷ ଜମି ବୁଡିଯିବା ସହିତ ଲୋକଙ୍କ ଘରେ ପାଣି ମାଡିଯାଇଛି । ଏହି ପାଣି ପାଇଁ ବେତଡା-ସୁଆଁ ରାସ୍ତା ଉପରେ ପାଣି ଅତିବାହିତ ହେବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ଖବର ପାଇ ଏହି ଅଞ୍ଚଳକୁ ସ୍ଥାନୀୟ ବିଡିଓ, ତହସିଲଦାର ସମେତ ବିଧାୟକ ଅଶୋକ ଦାସ ବିପନ୍ନ ମାନଙ୍କୁ ଭେଟିଛନ୍ତି । ଲୋକମାନେ ପାଣି ବଢିବା ଭୟରେ ଗାଈ, ଗୋରୁ, ଛେଳିକୁ ସୁରକ୍ଷିତ ସ୍ଥାନକୁ ନେଇଯାଉଥିବା ଦେଖିବାକୁ ମିଳିଛି ।
You Can Read:
ବାତ୍ୟାଞ୍ଚଳ ପରିଦର୍ଶନ କଲେ ପୂର୍ବତନ ପିସିସି ସଭାପତି; ଶୀଘ୍ର ସହାୟତା ଦେବାକୁ ଦାବି