ଯୌତୁକ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲେ ବସିତା; ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ
6/07/2022 at 10:11 PM

ମାହାଙ୍ଗା ୦୬/୦୭: ମାହାଙ୍ଗାରେ ପୁଣି ଆତ୍ମହତ୍ୟା। ଅଧିକ ଯୌତୁକ ଦାବୀକରି ବଧୂହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ପ୍ରହରାଜପୁର ଗାଁରେ। ମୃତା ନବବଧୂଙ୍କ ପରିଚୟ ବସିତା ପରିଡ଼ା। ବସିତା ପ୍ରହରାଜପୁର ଗାଁର ମନୋରଞ୍ଜନ ମଲ୍ଲିକଙ୍କୁ ବର୍ଷେ ତଳେ ଦାବି ମୁତାବକ ଯୌତୁକ ଦେବା ସହ ବୈଦିକ ରୀତିରେ ବିବାହ କରିଥିଲେ। ବସିତାଙ୍କ ବାପଘର କେନ୍ଦ୍ରାପଡ଼ା ଜିଲ୍ଲା ଗହବା ଗାଁରେ। ବିବାହ ପରେ ବାରମ୍ବାର ଅଧିକ ଯୌତୁକ ଦାବିକରି ଶାଶୂଘର ଲୋକେ ବାସୀତାକୁ ମାନସିକ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ।
ଅସହ୍ୟ ନିର୍ଯ୍ୟାତନା ସହି ନପାରି ବସିତା ରସି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ବାପଘର ଲୋକ ବସିତାକୁ ଶାଶୁଘର ଲୋକ ଯୌତୁକ ନିର୍ଯତନା ଦେଇ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ମୃତା ବସିତାକୁ ଶାଶୂଘର ଲୋକେ ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ମାହାଙ୍ଗା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି।