ଭଦ୍ରକ ୨୫/୧୧: ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁନି ମୌଳିକ ସୁବିଧା। ସ୍ୱାସ୍ଥ୍ୟ ସେବା ଏକ ଜରୁରିକାଳୀନ ସେବା ହୋଇଥିବା ବେଳେ ଡାକ୍ତରଖାନାରେ ମିଳୁନି ୨୪ ଘଣ୍ଟିଆ ଚିକିତ୍ସା ସେବା। ରୋଗୀମାନେ କରିବପାରୁନାହାନ୍ତି ବିଭିନ୍ନ ରୋଗର ସ୍ୱାସ୍ଥ୍ୟ ପରୀକ୍ଷା। ୨୦୧୯ରେ ଡାକ୍ତରଖାନାରେ ପାଚେରି ତିଆରି ପାଇଁ ଭିତ୍ତିପ୍ରସ୍ତର ଫଳକ ଲଗାଯାଇଥିଲେ ମଧ୍ୟ ଏବେ ଯାଏଁ ହୋଇନି ପାଚେରି।
{"id":713779,"width":493,"height":271,"sizeSlug":"full","linkDestination":"none"}ଏସବୁ ସତ୍ତ୍ୱେବି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୁଣି ନୂଆ ଉନ୍ନତିମୂଳକ କାମ ହେଉଥିବାରୁ ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ସହିତ ବନ୍ଦ କରିଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳି ପଞ୍ଚାୟତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।
{"id":713780,"width":492,"height":270,"sizeSlug":"full","linkDestination":"none"}ଖବର ଅନୁସାରେ, ୨୦୧୯ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ଓ ପାଚେରୀ ତିଆରି ପାଇଁ ଫଳକ ଲାଗିଥିଲା, କିନ୍ତୁ ଏବେ ଯାଏଁ ସେମିତି କୌଣସି କାମ ହୋଇ ନାହିଁ। ଅନେକ ସମୟରେ ସେଠାରେ ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନପାଇ ହନ୍ତସନ୍ତ ହେଉଛନ୍ତି । ଉତ୍ତମ ଚିକିତ୍ସା ଅଭାବରେ ସ୍ଥାନୀୟ ବାସିନ୍ଦା ମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି।
{"id":713782,"width":480,"height":264,"sizeSlug":"full","linkDestination":"none"}ଏହିସମସ୍ତ ସମସ୍ୟା ଥାଇ ମଧ୍ୟ ୨୦୧୯ରୁ ଏବେ ଯାଏଁ ପୁରୁଣା କାମ ହୋଇଥିବାରୁ ନୂଆ କାମକୁ ଅଞ୍ଚଳ ବାସି ବିରୋଧ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଡାକ୍ତର ଖାନାରେ ହେଉଥିବା ଏହି କାମ ବିଷୟରେ ସେଠାକାର ସରପଞ୍ଚ ଜାଣିନାହାନ୍ତି ବୋଲି କୁହାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଗାଁ ଲୋକମାନେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।