LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୁଦାନରୁ ଫେରିଲେ ୬ ଓଡ଼ିଆ, ସୋରର ବସନ୍ତ ମିଶ୍ର ବଖାଣିଲେ ଅଙ୍ଗେଲିଭା କଥା

29/04/2023 at 10:33 AM

ସୋର ୨୯।୪: ଆତଙ୍କ ଦୁନିଆରୁ ଫେରିଆସିଲେ ୬ ଓଡ଼ିଆ, ବଖାଣିଲେ ଅଙ୍ଗେଲିଭା କଥା । ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଘରକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ କାବେରୀ ଜାରି ରହିଛି । ଯାତ୍ରୀଙ୍କୁ ପ୍ରଥମେ ନୌସେନାର INS ସୁମେଧାରେ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦାହକୁ ଅଣାଯାଉଛି । ଅଶାନ୍ତ ସୁଦାନରୁ ବାଲେଶ୍ବର ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ମୁକ୍ତେଶ୍ଵର ଗାଁର ବସନ୍ତ ମିଶ୍ର ୧୪ ଦିନର ସଂଘର୍ଷ ପରେ ଜନ୍ମମାଟିରେ ପହଞ୍ଚିଛନ୍ତି । ଗୃହଯୁଦ୍ଧରୁ ବାହାରି କଲେ ଗୃହ ପ୍ରବେଶ । ନିଜେ ଯେତିକି ଖୁସି, ତାଠୁ କାହିଁ କେତେ ଗୁଣରେ ଆଶ୍ବସ୍ତ ପୁରା ପରିବାର । ସୁଦାନରେ ଘନ ଘନ ଗୁଳିବର୍ଷା, ଗୋଳାବାରୁଦ ଓ ରକେଟ୍ ମାଡରୁ ଜୀବନ ବଞ୍ଚାଇ ସୁରକ୍ଷିତ ଘରେ ପହଞ୍ଚିଛନ୍ତି । ମରଣ ମୁହଁରୁ ପୁନର୍ଜନ୍ମ ପାଇଛନ୍ତି । ଘରେ ପହଞ୍ଚିବା ପରେ ସ୍ତ୍ରୀ ବାପା ମା’ଙ୍କ ଆଖିରେ ଆନନ୍ଦ ଅଶ୍ରୁ, ଗାଁରେ ଖୁସିରେ ଲହରୀ ଖେଳିଯାଇଛି l ଧନ୍ୟବାଦ ଦେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ । ବସନ୍ତ ୮ ବର୍ଷ ହେବ ସୁଦାନରେ ରହି ଏକ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିଲେ । ହେଲେ ଗତ ୧୪ ତାରିଖରୁ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଘମାଘୋଟ ସଂଘର୍ଷ ପରେ ଅସହ୍ୟ ହୋଇପଡିଥିଲା ସେଠାରେ ରହିବା । ଏଇ ୧୪ ଦିନ ଭିତରେ ତାଙ୍କ ସହ କ’ଣ ଘଟିଛି, ବଖାଣିଛନ୍ତି ଆତଙ୍କର ଭୟାନକ ଘଟଣା ।

ସୂଚନାଯୋଗ୍ୟ ଯେ, ସୁଦାନରୁ ଏବେ ସୁଦ୍ଧା ଫେରିଲେଣି ୧୬ ଶହ ପ୍ରବାସୀ ଭାରତୀୟ । ଭାରତୀୟଙ୍କୁ ସୁଦାନରୁ ଉଦ୍ଧାର ପାଇଁ ଚାଲିଛି ଅପରେସନ୍ କାବେରୀ । ଏନେଇ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି । ସାଉଦୀ ଆରବରେ ଟ୍ରାନଜିଟ୍ କ୍ୟାମ୍ପ୍ କରାଯାଇଥିବା ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ସୂଚନା ଦେଇଛନ୍ତି । ସୁଦାନରେ ସାଢେ ୩ ହଜାର ଭାରତୀୟଙ୍କ ସହ ୧ ହଜାର ଭାରତୀୟ ବଂଶୋଦ୍ଭବ ଫସିଥିବା ସୂଚନା ଦିଆଯାଇଛି ।

ସେପଟେ ସାଉଦି ଆରବ ଏବଂ ଆମେରିକାର ପ୍ରୟାସ ପରେ ସୁଦାନରେ ମୁହାମୁହିଁ ହୋଇଥିବା ସେନା ଏବଂ ଅର୍ଦ୍ଧସୌନିକ ବଳ, ୭୨ ଘଣ୍ଟା ପାଇଁ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ରବିବାର ରାତି ୧୨ଟା ପର୍ଯ୍ୟନ୍ତ ଯୁଦ୍ଧ ବିରତି ଘୋଷଣା କରାଯାଇଥିବା ବେଳେ ଏହି ସମୟରେ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ଉଦ୍ଧାର କରୁଛନ୍ତି । ସିଜ୍ ଫାୟାର ପରେ ବି ରାଜଧାନୀ ଖାର୍ଟୁମ୍ ସମେତ ଅନେକ ସ୍ଥାନରେ ହିଂସା ଲାଗି ରହଛି । ସୁଦାନରେ ଚାଲିଥିବା ଭୟଙ୍କର ଗୃହଯୁଦ୍ଧରେ ଏବେ ସୁଦ୍ଧା ୫୧୨ଜଣଙ୍କ ମୃତ୍ୟୁ ହେଲାଣି । ଏବେକାର ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ୧୫ ଏପ୍ରିଲରୁ ସେନା ଏବଂ ପାରା ମିଲିଟାରୀ ଫୋର୍ସ ଭିତରେ ଯୁଦ୍ଧ ଚାଲିଛି । ଏହା ଫଳରେ ସୁଦାନର ଲକ୍ଷ ଲକ୍ଷ ଲୋକ ଖାଇବାକୁ ନପାଇ ଭୋକ ଉପାସରେ ରହିଛନ୍ତି ।

   Related Posts