ଉଦ୍‌ଘାଟନ ହେଲା ମା ବରୁଣେଇଙ୍କ ରୋଷଶାଳା, ସାଂସଦ ପାଣ୍ଠିରୁ ହୋଇଛି ନିର୍ମାଣ

Published By : Prameya-News7 Bureau | January 14, 2023 IST

ଭଦ୍ରକ ୧୪।୦୧ : ମକର ସଂକ୍ରାନ୍ତିରେ ଉଦଘାଟନ ହେଲା ମା ବରୁଣେଇଙ୍କ ରୋଷଶାଳା। ଭଦ୍ରକ ଜିଲ୍ଲା ଅସୁରାଳି ସ୍ଥିତ ମା ବରୁଣେଇଙ୍କ ପୀଠରେ ମକର ସଂକ୍ରାନ୍ତି ପାଳିତ ହେଉଛି। ଏହି ଅବସରରେ ମାଙ୍କ ପୀଠରେ ରୋଷଶାଳାର ଶୁଭ ଉଦଘାଟନ ହୋଇଛି ।

{"id":733048,"sizeSlug":"full","linkDestination":"none"}

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଆଞ୍ଚଳିକ ଅନୁଦାନ ପାଣ୍ଠି ରୁ ଏହି ରୋଷଶାଳା ନିର୍ମିତ ହୋଇଛି । ଏହି ଅବସରରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ରୋଷଶାଳା ମା ବରୁଣେଇଙ୍କ ପୀଠରେ ମାଙ୍କ ନୀତିକାନ୍ତି ପାଇଁ ବେଶ ସହାୟକ ହେବ। ଆଗମୀ ଦିନରେ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ନେତୃବୃନ୍ଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.