ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ବାରୁଦ ଗଦା ଉପରେ ପୁରା ଗାଁ

Published By : Prameya-News7 Bureau | October 07, 2021 IST

ଚଣ୍ଡିଖୋଲ ୦୭/୧୦:   ମାଟି ତଳୁ ବିପୁଳ ପରିମାଣର ବିସ୍ପୋରକ ଜବତ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଲୁଣିବାର ମୌଜାରେ ମାଟି ତଳୁ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି.।

ପୂର୍ବରୁ ବଉଳମାଳ ପଂଚାୟତ ଓ ଲୁଣିବାର ମୌଜାରୁ ଗଛିତ ଥିବା ଆମୋନିଅମ ନାଇଟ୍ରେଟ ଓ ଜିଲୋଟିନ୍ ଜବତ କରିବା ସହ ଷ୍ଟୋରକୁ ସିଲ୍ କରାଯାଇ ଥିଲା । ପୁନର୍ବାର ଜେନାପୁର ପୋଲିସ ଓ ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲୁଣିବାର ମୌଜାରୁ ବିପୁଳ ପରିମାଣର ବିସ୍ପୋରକ ଜବତ କରାଯାଇଛି । ଏହି ବିସ୍ପୋରକ ସ୍ଥାନୀୟ କଳାପଥର ପାହାଡ଼ ବ୍ଲାଷ୍ଟିଂରେ ବ୍ୟବହୃତ କରାଯାଏ ।

ଜେନାପୁର ଥାନା ଅଞ୍ଚଳର କିଛି ଖଣି ମାଲିକ ଏହି ବିସ୍ପୋରକକୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଛିତ କରିଥିଲେ । ଘଟଣାରେ ଜେନାପୁର ପୋଲିସ ଦୁଇ ଜଣ ମାଲିକଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ସେମାନେ ଫେରାର ହୋଇ ଯାଇଛନ୍ତି. । ଏ ନେଇ ପ୍ରଶାସନ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ତହସିଲଦାର କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ବାରୁଦ ଗଦା ଉପରେ ଚଢେଇଧରା ଅଂଚଳ ରହିଥିବା ବେଳେ ପ୍ରଶାସନ କେବେ ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଦେଖିବାକୁ ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.