ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା, ପଦ୍ମପୁର ଉପନିର୍ବାଚନରେ ହୋଇଥିଲେ ବର୍ଷା
12/12/2022 at 8:46 AM

ଭୁବନେଶ୍ୱର ୧୨।୧୨ : ସୋମବାର ଶପଥ ନେବେ ପଦ୍ମପୁରର ନବନିର୍ବାଚିତ ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂ ବରିହା। ପଦ୍ମପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ବର୍ଷା ସିଂ ବରିହା।
ଚଳିତ ନିର୍ବାଚନରେ ବର୍ଷାଙ୍କୁ ୧ଲକ୍ଷ ୨୦ହଜାର ୮୦୭ ଭୋଟ୍ ମିଳିଥିଲା। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହୋଇଥିବା ବେଳେ ୮ତାରିଖରେ ଗଣତି ହୋଇଥିଲା।
Related Posts
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023