ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବର୍ଷା, ନେଲେ ଆଶୀର୍ବାଦ

Published By : Prameya-News7 Bureau | December 09, 2022 IST

ଭୁବନେଶ୍ଵର: ଆଜି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ପଦ୍ମପୁରର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା । ବିଜୟ ରଞ୍ଜନଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଉପନିର୍ବାଚନରେ ୪୨ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ବର୍ଷା । ବର୍ଷାଙ୍କ ବିଜୟରେ ଶୁଭେଚ୍ଛା ଜଣାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସ ଆସିବା ପୂର୍ବରୁ ଭୁବନେଶ୍ବର ସ୍ଥିତ ଶାଶୂଘରକୁ ଯାଇ ଶାଶୂ-ଶ୍ବଶୂରଙ୍କ ଆଶୀର୍ବାଦ ନେଇଥିଲେ ବର୍ଷା । 

{"id":719252,"sizeSlug":"full","linkDestination":"none"}

ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ବର୍ଷାଙ୍କୁ ମିଳିଛି ୧ ଲକ୍ଷ ୨୦ହଜାର ୮୦୭ ଭୋଟ୍ । ନିକଟତର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ସେ ୪୨ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ହରାଇଛନ୍ତି ବର୍ଷା। ପଦ୍ମପୁରରେ ବିଜେଡିର ଏହି ଅଭୂତପୂର୍ବ ବିଜୟ ପାଇଁ ପଦ୍କପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ଏହି ବିଜୟ ଆଉ କାହାର ନୁହେଁ, ଏହା ପଦ୍ମପୁରବାସୀଙ୍କର  ବିଜୟ । ସେହିଭଳି ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସୁପ୍ରିମୋ ।ସେମାନେ  ସରକାରଙ୍କ ଭଲ ଭଲ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି ବୋଲି କହିଥିଲେ ନବୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.