scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାର୍‌ରେ ଚାଲିଥିଲା ଯୁବପୀଢିଙ୍କ ରଙ୍ଗିନ୍ ଡ୍ୟାନ୍ସ, ରାସ୍ତା ଉପରେ ଅର୍ଦ୍ଧନଗ୍ନ ହୋଇ ବୁଲୁଥିଲେ ଯୁବକ-ଯୁବତୀ : ସିଲ୍ କଲା ବିଏମସି

18/09/2021 at 7:49 AM

ଭୁବନେଶ୍ୱର, ୧୮|୦୯:  କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏମ୍ବାସୀ ବାରକୁ ବିଏମସି ସହାୟତାରେ ସିଲ୍ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ବାରରେ ପ୍ରାୟ ୫ ଶହରୁ ଅଧିର ଯୁବକ ଯୁବତୀ ଥିବା ବେଳେ ଖବର ପାଇ ଅତର୍କିତ ଚଢ଼ାଉ କଲା ପୋଲିସ ।

କରୋନା କଟକଣାକୁ ଫୁ

ରାତି ୧୦ଟାରେ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେବା ପରେ ଏହି ବାରରେ ଚାଲୁଥିଲା ଡ୍ୟାନ୍ସ । କେତେବେଳେ ମଦ ନିଶାରେ ଯୁବକ ଯୁବତୀମାନେ ରାସ୍ତା ଉପରେ ହଙ୍ଗାମା କରୁଥିଲେ ତ କେତେବେଳେ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିଲେ । କାନଫଟା ଡିଜେରେ ବାର୍‌ ସହିତ ତା’ ଚତୁଃପାଶ୍ୱର୍ ବି ପ୍ରକମ୍ପିତ ହେଉଥିଲା । ଲାଗୁଥିଲା କରୋନା କଟକଣା ବୋଲି କିଛି ନାହିଁ । ସାମାଜିକ ଦୂରତା ତ ଛାଡ଼ନ୍ତୁ ସାମାନ୍ୟ ହିତାହିତ ଜ୍ଞାନ ବି ଭୁଲି ଯାଇଥିଲେ । ଏମିତି ପରିସ୍ଥିତି ହେଉଛି ଯେ ସେ ରାସ୍ତାରେ ଯିବା ଆସିବା କରିବା ମୁସ୍କିଲ ହୋଇପଡୁଥିଲା । ମୁଖ୍ୟତଃ ଆଖ ପାଖରେ ରହୁଥିବା ବାସିନ୍ଦାମାନେ ସେହି ରାସ୍ତା ଦେଇ ଯିବା ଆସିବା କରିବା ସୁରକ୍ଷିତ ମଣୁ ନଥିଲେ । ଏ ବିଷୟରେ ପୋଲିସ ପାଖରେ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହା ସହ ଚୋରା ନିଶା କାରବାର ହେଉଥିବା ମଧ୍ୟ ଅଭିଯୋଗ ରହିଥିଲା । ସବୁଠୁ ବଡ଼ କଥା ହେଲା ପୋଲିସ ସବୁ ଜାଣିକି ବି ଚୁପ୍‌ ବସିଥିଲା । ଅଧିକ ବିରୋଧ ହେବାରୁ ପୋଲିସ ଚଢ଼ଉ କରିଥିଲା ।

ବାରରେ ରଙ୍ଗୀନ ଲାଇଟ ସାଙ୍ଗକୁ ଡିଜେ ଗୀତରେ ଦୁଲୁକୁଥିଲା ବାର । ଏହା ସହ ବିଭିନ୍ନ ହିନ୍ଦୀ ଗୀତର ତାଳେ ତାଳେ ମସୁଗୁଲ ଥିଲେ ଯୁବପୀଢ଼ି । ନିୟମ ଉଲ୍ଲଂଘନ ଅଭିଯୋଗରେ ବାର ମ୍ୟାନେଜରଙ୍କ ସହ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ଭୁବନେଶ୍ୱରରେ ଏବେବି ନାଇଟ କର୍ଫ୍ୟୁ ଜାରି ରହିଛି । ଏଭଳି କ୍ଷେତ୍ରରେ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ ।

   Related Posts