ବନ୍ଦ ହୋଇଗଲା ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ, ବୁଡ଼ିଗଲା ଟଙ୍କା

Published By : Prameya-News7 Bureau | September 04, 2018 IST

ବନ୍ଦ ହୋଇଗଲା ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ଆଉ ବୁଡ଼ିଗଲା ଜମା ଟଙ୍କା । ବୃଦ୍ଧ ବୟସରେ ନିଜର କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇବା ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡି ଦୌଡ଼ି ନିରାଶ ହେଉଛନ୍ତି ଲୋକେ ।୨୦୧୨ରୁ ବ୍ୟାଙ୍କକୁ ବାରମ୍ବାର ଦୌଡ଼ୁଛନ୍ତି କିନ୍ତୁ ମିଳୁନି ଟଙ୍କା । ୨୦୧୪ ମସିହାରେ ବାରିପଦା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରାଯାଇଥିଲା । ବ୍ୟାଙ୍କର ଲାଇସେନ୍ସ ରିନ୍ୟୁଆଲ ମଧ୍ୟ ହୋଇନାହିଁ । ଏଥିଯୋଗୁଁ ତାଲା ପଡ଼ିଯାଇଛି । ଜମାକାରୀ ମାନେ ନିଜର ଟଙ୍କା ଫେରିପାଇବା ଆଶାରେ ସପ୍ତାହେ ଧରି ଧାରଣା ଦେବାସହିତ ରାଲିରେ ଯାଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । କିନ୍ତୁ ହତାଶ ଜମାକାରୀ ଏବେ କଣ କରିବେ ସେହି ଚିନ୍ତାରେ ଅଛନ୍ତି । ୧୯୬୦ରୁ ଆରମ୍ଭ ହୋଇଥିବା ବାରିପଦା ଅର୍ବାନ କୋ ଅପରେଟିଭ୍ ବ୍ୟାଙ୍କର ପ୍ରାୟ ୭୨ ହଜାର ଜମାକାରୀ ସେମାନଙ୍କ ଅର୍ଥ ହରାଇଥିବା ବେଳେ ଜୀବନର ସାୟାହ୍ନରେ ଅନେକ ଜମାକାରୀ ହତାଶା ଭିତରେ କାଳ କାଟୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.