ବାରିପଦା ୧୪।୦୧ : ଶୋକାକୂଳ ପରିବେଶରେ ଶହୀଦଙ୍କୁ ଶଦ୍ଧାଞ୍ଜଳୀ ଓ ଗାର୍ଡ ଅଫ ଅନର୍। ବାରିପଦାର ୨୧ନଂ ଓ୍ୱାର୍ଡ ନିବାସୀ ବିଏସଏଫର ସବ୍ ଇନ୍ସପେକ୍ଟର ଶଶାଙ୍କ ଶେଖର ନାଥଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଦେଶର ସେବାରେ ଥିବା ବେଳେ ଶହୀଦ ହୋଇଥିଲେ ଶଶାଙ୍କ ଶେଖର।
{"id":732976,"sizeSlug":"large","linkDestination":"none"}
ଖବର ଅନୁଯାୟୀ, ଗତ ୧୧ ତାରିଖ ସନ୍ଧ୍ୟାରେ ଶ୍ରୀନଗରର ରାଜୋରୀ ରେଞ୍ଜର ପୁଞ୍ଚ୍ ଠାରେ ପ୍ଲାଟୁନ୍ କମାଣ୍ଡର ଦାୟିତ୍ୱରେ ଥିଲେ । ଏହି ସମୟରେ ହଠାତ୍ ଶ୍ରୀ ନାଥଙ୍କ ମୃତ୍ୟୁ ହୋଇଥିଲା । ସନ୍ଧ୍ୟା ୭ଟାରେ ବାରିପଦାରେ ଥିବା ପରିବାର ସହିତ କଥା ହେବାର ଘଣ୍ଟାଏ ପରେ ତାଙ୍କର ହୃଦଘାତ ପରଲୋକ ହୋଇଥିଲା। ଶହୀଦଙ୍କ ଲାଗି ତାଙ୍କ ପରିବାର ଶୋକ ସହିତ ଗର୍ବ ମଧ୍ୟ ଅନୁଭବ କରିଛନ୍ତି।
{"id":732977,"sizeSlug":"full","linkDestination":"none"}
ଶନିବାର ସକାଳ ୬ଟାରେ ତାଙ୍କ ମୃତଦେହ ବାରିପଦା ସ୍ଥିତ ବାସଭବନରେ ପହଞ୍ଚିଲା । ଏହାପରେ ତାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯିବା ସହିତ ସ୍ଥାନୀୟ ଦାରୋଗାଡାହି ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି। ଶହୀଦ ଶଶାଙ୍କ ନାଥ ନିଜର ୩୮ ବର୍ଷର ସେବା ମଧ୍ୟରେ ବହୁ ସାମରିକ ଅପରେସନରେ ଭାଗ ନେଇଛନ୍ତି। ବିଏସଏଫର ଭିଜିଲାନ୍ସ ବିଭାଗରେ ମଧ୍ୟ ସେ ନିଜର ସେବା ପ୍ରଦାନ କରିଛନ୍ତି। ପୁରା ପରିବାର ସହିତ ତାଙ୍କ ଦୁଇ ପୁଅ ଶେଷକୃତ୍ୟରେ ଉପସ୍ଥିତ ଥିଲେ ।