Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶନିବାର ଓ ରବିବାର ରଥଟଣା, ସୁଭଦ୍ରାଙ୍କ ରଥ ଟାଣିବେ ମହିଳା

2/07/2022 at 8:25 AM

ବାରିପଦା ୦୨/୦୭: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥଟଣା । ଆଜି ଓ ଆସନ୍ତାକାଲି ହେବ ରଥ ଟଣା। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଗତକାଲି ରଥାରୂଢ଼ କରାଯାଇଛି । ଆଜିଠୁ ବାରିପଦାରେ ୨ ଦିନ ଧରି ରଥଟଣା ହେବ।

ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ରଥ ଟଣା ହେବା ପରେ, ସୁଭଦ୍ରାଙ୍କୁ କେବଳ ମହିଳାମାନେ ଟାଣି ଟାଣି ଟାଉନ ଥାନା ସମ୍ମୁଖରେ ରଖିଥାନ୍ତି। ତା ପରଦିନ ଅଧା ରାସ୍ତାରେ ରହିଥିବା ସୁଭଦ୍ରାଙ୍କୁ ଗୁଣ୍ଡିଚା ମନ୍ଦିର ବିଜେ କରା ଯାଇଥାଏ। ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଟାଣି ମାଉସୀମା ମନ୍ଦିର ସମ୍ମୁଖରେ ପହଁଚାଇବା ପରମ୍ପରା ରହିଛି।

ସେହିଭଳି ବାହୁଡ଼ାରେ କିନ୍ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରଥମେ ମାଉସୀମା ମନ୍ଦିରରୁ ଟଣାଯିବାର ପରମ୍ପରା ରହିଛି । ତାପରେ ଦେବୀ ସୁଭଦ୍ରା ଓ ଶେଷରେ ଭାଇ ବଳଭଦ୍ରଙ୍କ ରଥ ଟଣା ହୋଇ ରତ୍ନ ସିଂହାସନକୁ ଫେରିବେ

   Related Posts