ବାରିପଦା ପିଆରଏମ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ ଖରାପ ବ୍ୟବହାରର ପ୍ରତିବାଦ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ
31/10/2018 at 6:10 PM

ବାରିପଦା ୩୧|୧୦: ଆଜି ବାରିପଦା ଠାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଓ କରିଛି ଜେ.ଏମ୍.ଏମ.। ନିକଟରେ ପିଆରଏମ ମେଡିକାଲ କଲେଜ ର ଅଧୀକ୍ଷକ ଙ୍କୁ ଜିଲ୍ଲାପାଳ ସର୍ବସମ୍ମୁଖରେ କରିଥିବା ଖରାପ ବ୍ୟବହାର କୁ ବିରୋଧ କରି ହୋଇଛି ଏହି ଘେରାଓ। ତା ସହିତ ରାଇରଙ୍ଗପୁର ଆଇ.ଟି.ଡି.ଏ. ଅଧୀନରେ ଥିବା ବିଭିନ୍ନ ଅଦିବାସୀ ଛାତ୍ରୀନିବାସ ରେ ହେଉଥିବା ଅବ୍ୟବସ୍ଥା ଓ ଅନିୟମିତତା କୁ ମଧ୍ୟ ବିରୋଧ କରିଛି ଜେ.ଏମ.ଏମ।ଦିନ ୧୨ଟା ରେ ଶତାଧିକ ଜେ.ଏମ.ଏମ କର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ପାରମ୍ପାରିକ ମାଦଳ ଧୁମସା ବାଜା ସହିତ ପ୍ରଦର୍ଶନ କାରିଛନ୍ତି। ଏହି ବିରୋଧ କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗକେଶରୀ ଜେନା, ବିଜେଡି ରୁ ଜେ ଏମ ଏମ ଯାଇଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଙ୍କ ସହିତ ବହୁ ନେତା ଯୋଗ ଦେଇଛନ୍ତି।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023