ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆତ୍ମନିର୍ଭର ସଂସ୍ଥା ଉଦଘାଟିତ
12/09/2022 at 11:52 AM

ବାରିପଦା ୧୨।୦୯ : ମୟୁରଭଞ୍ଜ ଜିଲ୍ଲାର ୨୬ଗୋଟି ବ୍ଲକର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ବାରିପଦା ଠାରେ ଆତ୍ମନିର୍ଭର ସଂସ୍ଥା ଉଦଘାଟିତ। ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏହି ସଂସ୍ଥା ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରିଛି।

ତେବେ ପ୍ରତି ବ୍ଲକରେ ସଂୟ ସହାୟକ ଗୋଷ୍ଠୀର ମହିଳାଙ୍କୁ ମହମବତୀ, ଧୂପ ଆଦି ବିଭିନ୍ନ ଘରକରଣା ସାମଗ୍ରୀ ଆଦିର ପ୍ରସ୍ତୁତି ନିମନ୍ତେ ସରଞ୍ଜାମ ଯୋଗାଇଦେବ। କଞ୍ଚାମାଲ ଯୋଗାଇବା ସମେତ ପ୍ରସ୍ତୁତି ସାମଗ୍ରୀକୁ ବଜାରରେ ବିକ୍ରିର ବ୍ୟବସ୍ଥା କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏହି ସଂସ୍ଥାର ଲକ୍ଷ୍ୟ। ବାରିପଦାର ମୁର୍ଗାବାଡ଼ି ଠାରେ ଶାଖା ପରିଚାଳକ ଗିତୀକା ପାତ୍ରଙ୍କ ଦ୍ୱାରା ଜିଲ୍ଲା କାର୍ଯ୍ୟାଳୟ ଉଦଘାଟନ କରାଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ମହିଳା ସଂଗଠନ ଯୋଗଦେଇ ଆତ୍ମନିର୍ଭରଶୀଳ ନେଇ ତାଲିମ ଗ୍ରହଣ ସହ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।