ଫୁଲ ତୋଳିବାକୁ ଯାଇଥିଲେ, ହାତୀ ଆକ୍ରମଣରେ ଶାନ୍ତିଲତା ଗୁରୁତର
18/01/2023 at 2:24 PM

ବାରିପଦା ୧୮।୦୧ : ହାତୀ ଆକ୍ରମଣରେ ମହିଳା ଗୁରୁତର । ବାରିପଦା ବନଖଣ୍ଡ ଛାଞ୍ଚ ଅଞ୍ଚଳରେ ଘଟିଛି ଏହି ଘଟଣା । ଗୁରୁତର ଅବସ୍ଥାରେ ଶାନ୍ତିଲତା ପରିଛାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବାବୁସହି ୱାର୍ଡ ନଂ ୫ର ବାସିନ୍ଦା ୩୦ ବର୍ଷୀୟା ଶାନ୍ତିଲତା ପରିଛା ସ୍ଥିତ ବାପାଙ୍କ ଘରକୁ ଯାଇଥିଲେ । ସେଠାରେ ମାଆ ଓ ଝିଅ ଫୁଲ ତୋଳିବାକୁ ଯାଇଥିଲେ। ଠିକ୍ ଏହି ସମୟରେ ହାତୀ ଆସିବା ଖବର ପାଇ ଶାନ୍ତିଲତା ମାଆ ଓ ଝିଅକୁ ଫେରାଇ ଆଣିବାକୁ ଯାଇଥିଲେ। କିନ୍ତୁ ଏହି ସମୟରେ ହାତୀ ଟି ହଠାତ୍ ବାହାରି ତାଙ୍କ ଉପରକୁ ଆକ୍ରମଣ କରିଥିଲା ବୋଲି ସ୍ଥାନୀୟ ବାସିନ୍ଦା ମାନେ କହିଛନ୍ତି।
ସ୍ଥାନୀୟଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଏକ ଅଟୋ ଯୋଗେ ବାରିପଦା ସ୍ଥିତ ପିଆର୍ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶାନ୍ତିଲତାଙ୍କ ମୁଣ୍ଡ, ହାତ, ଗୋଡ ଓ ଛାତିରେ ମାଡ ହୋଇଥିବା ବେଳେ ଅବସ୍ଥା ଗୁରୁତର ରହିଛି।