ଭୁବନେଶ୍ୱର: ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ୫ ମାସ ହେଲା ଦଳରେ ଅଣଦେଖା ହେଉଥିବା ସେ ଅଭିଯୋଗ କରିଥିଲେ।
୨୦୧୯ରେ ବରୀରୁ ବିଜେଡି ଟିକେଟ୍ ପାଇ ବିଧାୟିକା ହୋଇଥିବା ସୁନନ୍ଦା ଦାସଙ୍କ ୨୦୨୪ ଟିକେଟ୍ କଟିଥିଲା। ବିଶ୍ୱରଞ୍ଜନ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ଦଳର ନିଷ୍ପତ୍ତି ବଦଳିଯାଇଥିଲା । ସୁନନ୍ଦାଙ୍କ ବଦଳରେ ବିଶ୍ୱରଞ୍ଜନଙ୍କୁ ଟିକେଟ ଦେଇଛି ଦଳ।
୨୦୧୯ରେ ସୁନନ୍ଦା ଏଠାରୁ ବିଜେପିରେ ଥିବା ବିଶ୍ୱରଂଜନଙ୍କୁ ପାଖାପାଖି ସାଢେ ୪ହଜାର ଭୋଟରେ ହରାଇ ବିଜୟୀ ହୋଇଥିଲେ। ତଥାପି ତାଙ୍କୁ ଏଥର ଭରସା କରିନଥିଲା ଦଳ । ଏଥର ଟିକେଟ୍ କଟିଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ।