ବାର୍‌ହା ଫାଶରେ ପଡି କଲରାପତରିଆ ବାଘର ମୃତ୍ୟୁ, ୩ ଶିକାରୀ ଅଟକ

Published By : Prameya-News7 Bureau | May 21, 2022 IST

ଢ଼େଙ୍କାନାଳ ୨୧/୦୫: ବାର୍‌ହା ଫାଶରେ ପଡିଲା ବାଘ । ଫାଶରେ ଲାଗି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତିନି ଚାରିଦିନ ପରେ ବନବିଭାଗ ବାଘର ଗଳିତ ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ କରି ପୋତି ଦେଇଥିବା ଜଣାପଡିଛି । ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ବନାଞ୍ଚଳ ଓ ଅନୁଗୁଳ ବନ୍ତଳା ବନାଞ୍ଚଳ ସୀମାନ୍ତରେ ଏହି ବାଘର ମୃତଦେହକୁ ଠାବ କରାଯାଇଛି ।

ହିନ୍ଦୋଳ ବନାଞ୍ଚଳର କର୍ଣ୍ଣପୁର ବିଟ ଅନ୍ତର୍ଗତ କୋଇ ସଂରକ୍ଷିତ ଜଙ୍ଗଲର ଶରଣା ବେଡା ନିକଟରୁ କଲରାପତରିଆ ବାଘର ମୃତଦେହକୁ ଉଦ୍ଧାର କରିଛି ବନବିଭାଗ । ତେବେ ଶିକାରୀ ମାନେ ବାର୍ହା ଶିକାର ପାଇଁ ବିଛାଇଥିବା ଫାଶରେ ପଡି ବାଘର ମୃତ୍ୟୁ ଘଟିଥିବା ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପରେ ବାଘର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି ।

ଏ ସମ୍ପର୍କରେ ହିନ୍ଦୋଳ ବନ କର୍ମଚାରୀମାନେ ତଦନ୍ତ ଜାରି ରଖିଥିବାବେଳେ ସନ୍ଦେହରେ ସ୍ଥାନୀୟ କର୍ଣ୍ଣପୁର ଗ୍ରାମର ୩ ଜଣଙ୍କୁ ଅଟକ ରଖିବା ଘଟଣାରେ କର୍ଣ୍ଣପୁର ଗ୍ରାମବାସୀ ବିରୋଧ କରିଛନ୍ତି । ଫଳରେ ଅଟକ ଥିବା ୩ଜଣଙ୍କୁ ବନବିଭାଗ ଛାଡି ଦେଇଥିବା ବେଳେ ଏହି ବାଘ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.