ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଣପର୍ବ ନୂଆଖାଇ ପାଇଁ ଉତ୍ସବ ମୁଖର ବରଗଡ଼; ନାଚଗୀତରେ ମସଗୁଲ କଳାକାର

1/09/2022 at 8:14 PM

ବରଗଡ଼ ୦୧/୦୯: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବମୁଖର ଗାଁଠୁ ସହର। ନିଜ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରି ନୂଆଖାଇ ସାରିବା ପରେ ଗାଁ ଗାଁରେ ଏବେ ଜୁହାରଭେଟ ନାଚଗୀତର ଆସର ଜମିଛି। ଗତ ୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ଏହିପର୍ବକୁ ପାଳନ କରାଯାଉ ଥିବାବେଳେ କଳାକାରମାନେ ନାଚଗୀତରେ ନିଜକୁ ହଜାଇ ଦେଇଛନ୍ତି।

ବାଜୁଛି ପଶ୍ଚିମ ଓଡ଼ିଶାର ପାରମ୍ପରିକ ବାଜା ଢୋଲ ନିଶାନ ତାସା, ଆଉ ମୁହୁରୀର ସ୍ୱର ସମସ୍ତଙ୍କୁ ମତୁଆଲା କରୁଥିବା ବେଳେ ନାଚଗୀତର ତାଳେ ତାଳେ କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ପରିବେଶକୁ ଉତ୍ସବମୁଖରିତ କରିଛି। ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗିହେବା ପରେ ସମସ୍ତେ ନିଜ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ନୂଆଁ ଖାଇଛନ୍ତି। ଆଉ ଏବେ ଚାଲିଛି ନୂଆଁଖାଇ ଭେଟଘାଟର ପର୍ବ। ଗାଁ ଗାଁରେ ଏବେ କଳାକାର ପଶ୍ଚିମ ଓଡ଼ିଶାର ପାରମ୍ପାରିକ ନୃତ୍ୟ ଡାଲଖାଇ, ରସରକେଳି ଭଳି ଗୀତରେ ନାଚିଗାଇ ମସଗୁଲ ରହିଛନ୍ତି। ଯେହେତୁ ଗତ ଦୁଇବର୍ଷ ହେବ କୋଭିଡ କଟକଣା ଯୋଗୁ କଳାକାର ନାଚଗୀତରୁ ଦୁରେଇ ରହିଥିଲେ ତେଣୁ ଚଳିତ ବର୍ଷ ନୂଆଁଖାଇରେ କଳାକାରଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଥିବା ଦେଖିବାକୁ ମିଳିଛି।

ନୂଆଁଖାଇର ଏକ ପ୍ରମୁଖ ଅଂଶ ହେଲା ଭେଟଘାଟ ପର୍ବ। ନୂଆଁଖାଇ ପରେ ଭାରତର ଭିନ୍ନ ଭିନ୍ନ ଜାଗାରେ ବର୍ଷ ତମାମ ଏହି ଭେଟଘାଟ ପର୍ବ ପାଳିତ ହୋଇଥାଏ। ଫଳରେ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତିକୁ ସବୁଠାରେ ପ୍ରଦର୍ଶିତ କରିବାର ସୁଯୋଗ ପାଇଥାନ୍ତି କଳାକାର। ନିଜ ଅଂଚଳର କଳା ସଂସ୍କୃତିକୁ ଆହୁରି ଶାଣିତ କରିବା ପାଇଁ ନୂଆଖାଇ ପର୍ବ କଳାକାରଙ୍କ ପାଇଁ ନୂତନ ଉତ୍ସାହ ଯୋଗାଇଥାଏ ।

   Related Posts