ଆଜିଠାରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା

Published By : Prameya-News7 Bureau | January 11, 2019 IST

ବରଗଡ ୧୧|୧: ଆଜି ଠାରୁ ଆରମ୍ଭ ହେବ ବିଶ୍ବର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ । ୧୭ଟି ସାଂସ୍କୃତିକ ଦଳ ଓ ୫୦୦ରୁ ଅଧିକ କଳାକାର ଶୋଭାଯାତ୍ରାରେ ବାହାରି ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ ରାଜ ଦରବାରରେ ଉଦଘାଟନୀ ଉତ୍ସବ ହେବ । ଏଥିପାଇଁ ବରଗଡ଼ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମଂଚ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କଳାକାରମାନେ ଜୋରସୋର ଅଭ୍ୟାସ ଚଳାଇଛନ୍ତି । ପ୍ରାୟ ୧୭ ଟି ମୁକ୍ତାକାଶ ମଂଚ ରେ ଧନୁଯାତ୍ରା ର ଦୃଶ୍ୟ ଅଭିନୀତ ହେଉଥିଲେ ହେଁ କଂସ ମହାରାଜ ଙ୍କ ରାଜ ଦରବାର,ରଙ୍ଗମହଲ ଓ ନନ୍ଦରାଜା ଙ୍କ ଦରବାର ମୁଖ୍ୟ ଆକର୍ଷଣ ପାଲଟିଥାଏ ।

ସୁଦୂର କଲିକତା ରୁ ଆସିଥିବା କାରୀଗର ମାନେ ମଂଚ ଗୁଡିକୁ ଅନ୍ୟବର୍ଷ ଠାରୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଗିପଡିଛନ୍ତି । କଂସ ମହାରାଜଙ୍କ  ରାଜଦରବାର ଲାଗିଶହେ ଫୁଟ ଚଉଡା ଏବଂ ୫୩ ଫୁଟ ଉଚ୍ଚତାର ମଂଚ ଏବଂ ରଙ୍ଗମହଲ ଲାଗି ଶହେ ଫୁଟ ଚଉଡା ୪୫ଫୁଟ ଉଚ୍ଚତାର ମଂଚ ନିର୍ମ।ଣ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.