ଆଜି କଂସ ବଧ... ଶେଷ ଦୃଶ୍ୟ ଦେଖିବାକୁ ମଥୁରାରେ ପ୍ରବଳ ଭିଡ

Published By : Prameya-News7 Bureau | January 10, 2020 IST

ବରଗଡ ୧୦।୧: ଆଜି ସରୁଛି ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଆଜି ବଧ ହେବେ କଂସ । କୃଷ୍ଣ ବଳରାମ ମାମୁଁ କଂସଙ୍କ ନିମନ୍ତ୍ରଣ ପାଇ ସେଠାରେ ପହଞ୍ଚି ମଥୁରା କଟକ ଭ୍ରମଣରେ ଅଛନ୍ତି । ଆଜି କଂସ ବଧ ପରେ ଧନୁଯାତ୍ରା ସରିବ ।

{"id":209418,"sizeSlug":"large"}

ଏହା ପୂର୍ବରୁ ଗତକାଲି ୧୦ମ ଦିନରେ ବିଭିନ୍ନ ଅଭିନୟ ପରିବେଷଣ ହୋଇଥିଲା । କଂସଙ୍କ ରଜକ ଓ ସୁଦାମା ମାଲି ସହିତ ସାକ୍ଷାତ କରିଥିଲେ କୃଷ୍ଣ ବଳରାମ । ସେହିପରି ପୂଜା କରିବାକୁ ଆସିଥିବା କୁବୁଜାକୁ ସ୍ପର୍ଶକରି ଅପୂର୍ବ ସୁନ୍ଦରୀରେ ପରିଣତ କରିଥିଲେ ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ ।

{"id":209419,"sizeSlug":"large"}

ଅନ୍ୟ ପକ୍ଷରେ ମହାରାଜା କଂସ ସ୍ବପ୍ନରେ କୃଷ୍ଣଙ୍କ ସହ ଯୁଦ୍ଧ କରି ଭୟଭୀତ ହୋଇ ପଡି ମଥୁରାର ଚତୁର୍ଦ୍ଦିଗରେ ସୈନ୍ୟସାମନ୍ତ ମୁତୟନ କରିଛନ୍ତି । ବରଗଡ ଧନୁଯାତ୍ରାର ଦଶମ ଦିନରେ ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି ।

{"id":209420,"sizeSlug":"large"}

ଗତ ଡିସେମ୍ବର ୩୧ ରୁ ଏଗାର ଦିନ ଧରି ଚାଲିଥିବା ବରଗଡ ଧନୁଯାତ୍ରା ଆଜି ଶେଷ ହେବ । ଆଜି ଶେଷ ଦିନରେ କୁବଲୟା ହସ୍ତୀ ବଧ, ଚାଣ୍ଡୁର ଓ ମୁଷ୍ଟିକ ମଲ୍ଲ ନିଧନ, ଶିବ ଧନୁ ଭଙ୍ଗ, କଂସ ବଧ, ଉଗ୍ରସେନଙ୍କ ରାଜ୍ୟାଭିଷେକ ଏବଂ ଦେବକୀ ବାସୁଦେବଙ୍କୁ କାରାଗାରରୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.