ଗୋପପୁରରୁ କୃଷ୍ଣ ବଳରାମଙ୍କ ମଥୁରା ଗମନ, କୃଷ୍ଣଙ୍କୁ ହତ୍ୟା କରିବାକୁ ମହାରାଜ କଂସଙ୍କ ଯୋଜନା

Published By : Prameya-News7 Bureau | January 09, 2020 IST

ବରଗଡ ୯।୧: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ହେଉଛି ଦଶମ ଦିନ । ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଏବର୍ଷର ଧନୁଯାତ୍ରା । କୃଷ୍ଣଙ୍କୁ ନେଇ ପାଗଳପ୍ରାୟ ହୋଇ ଉଠୁଛନ୍ତି ପ୍ରବଳ ପ୍ରତାପୀ କଂସ । ଅ।ସନ୍ନ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ମହାରାଜ କଂସ । କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ କରୁଛନ୍ତି ଯୋଜନା ପରେ ଯୋଜନା ।

{"id":209015,"sizeSlug":"large"}

ଏହା ସହିତ ମହାରାଜ କଂସଙ୍କ ନିମନ୍ତ୍ରଣ ରକ୍ଷା କରି ମନ୍ତ୍ରୀ ଅକ୍ରୁରଙ୍କ ସହିତ ମଥୁରାନଗରୀରେ ପ୍ରବେଶ କରିଛନ୍ତି କୃଷ୍ଣ ବଳରାମ । ଏହା ସହିତ ସୁଦାମା ମାଳି ଓ ରଜକଙ୍କ ସହିତ ସାକ୍ଷାତ କରିବେ କୃଷ୍ଣ ବଳରାମ । ମଥୁରା ନଗର ଭ୍ରମଣ କରିବା ସହ ଗୋପପୁର ଭଳି ମଥୁରା ନଗରୀରେ ମଧ୍ୟ କୃଷ୍ଣ ବଳରାମଙ୍କୁ କରାଯିବ ସ୍ବାଗତ ସମ୍ବର୍ଦ୍ଧନା । ଗୋପପୁରରୁ ମହାପ୍ରଭୁ ଲୀଳାମୟ ଶ୍ରୀକୃଷ୍ଣଙ୍କ ବିଦାୟ ଦୃଶ୍ୟଥିଲା ହୃଦୟ ବିଦାରକ ।

{"id":209016,"sizeSlug":"large"}

କୌଣସି ମତେ ନନ୍ଦ ଯଶୋଦାଙ୍କୁ ବୁଝାଇବାକୁ ସକ୍ଷମ ହୋଇଥିବାବେଳେ କୃଷ୍ଣ ବଳରାମଙ୍କୁ ସାଙ୍ଗରେ ନେଇ ଗୋପପୁରରୁ ମଥୁରାକୁ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟଗ୍ର ହୋଇପଡ଼ିଥିଲେ ମନ୍ତ୍ରୀ ଅକ୍ରୁର । ନନ୍ଦଭବନରୁ ସେମାନଙ୍କୁ ଦିଆଗଲା ଅଶ୍ରୁଳ ବିଦାୟ । ଘରେ ଘରେ ତାଙ୍କୁ ଦିଆଯାଇଥିଲା ବିଦାୟୀ ସମ୍ବର୍ଦ୍ଧନା । ମେଳାଣୀ ଦୃଶ୍ୟଥିଲା ବେଶା୍ ଦୁଃଖ ଦାୟକ ।

{"id":209017,"sizeSlug":"large"}

କୃଷ୍ଣଙ୍କୁ ନେଇ ଉଛୁଳି ପଡ଼ୁଥିବା ଗାଁ ଦାଣ୍ଡ କୃଷ୍ଣଙ୍କ ବିଚ୍ଛେଦକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଗୋପପୁରବାସୀ । ସୁସଜ୍ଜିତ ରଥରେ ମନ୍ତ୍ରୀ ଅକ୍ରୁରଙ୍କ ସହ କୃଷ୍ଣ ବଳରାମଙ୍କ ଫେରିବା ବାଟକୁ ଅବରୋଧ କରିଥିଲେ ଗୋପୀ ଗୋପାଙ୍ଗନାମାନେ। କୃଷ୍ଣଙ୍କୁ ନେଇ ବା କୃଷ୍ଣ ଚେତନାରେ ଉଦବୁଦ୍ଧ ହୋଇଥିବା ଗୋପୀମାନେ କୃଷ୍ଣଙ୍କ ବିଦାୟକୁ ସହଜରେ ଗ୍ରହଣ କରିପାରିନଥିଲେ । କୃଷ୍ଣଙ୍କ ସହିତ ଗୋପୀମାନେ ମଧ୍ୟ ମଥୁରାନଗରୀକୁ ଯିବା ପାଇଁ ଲୀଳାମୟଙ୍କ ଆଗରେ ଜିଦ୍ ଧରିଥିଲେ । ବହୁ କଷ୍ଟରେ ସେମାନଙ୍କୁ ବୁଝାଇଥିଲେ ଶ୍ରୀକୃଷ୍ଣ । ଆଜି କଳୀମନ୍ଦୀରଠାରେ ଅନୁଷ୍ଠିତ ହେବ କୁବଜା ଉଦ୍ଧାର ଦୃଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.