ବରଗଡରେ କ୍ୟାନ୍ସର ସରଭାଇବର ଡେ ପାଳିତ, ଉଦ୍ୟମକୁ ପ୍ରଶଂସା କଲେ ସାଂସଦ ସୁରେଶ ପୂଜାରୀ

Published By : Prameya-News7 Bureau | June 05, 2022 IST

ବରଗଡ; ରୋଗ ଅଛି ଆଉ ଏହାର ନିରାକରଣ ବି ଅଛି। ଖାଲି ଦରକାର ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ। କ୍ୟାନସରର ଚିକିତ୍ସା ସହଜ ନୁହେଁ, ବ୍ୟୟ ବହୁଳ ହୋଇ ପାରେ, ହେଲେ ନିରାକରଣ ଅସମ୍ଭବ  ନୁହେଁ ଏପରି ଏକ ବାର୍ତ୍ତା ନେଇ ବରଗଡ଼ ଟାଉନ ହଲରେ ପାଳନ କରାଯାଇଛି କ୍ୟାନ୍ସର ସର୍ଭାଇଭର ଡେ । ଆଞ୍ଚଳିକ ଦୁଲଦୁଲି ବାଜା ଓ ଗୀତର୍ ତାଳେ ତାଳେ ସାମ୍ବାଦିକ, ସାଂସଦ ଓ ଡାକ୍ତରଙ୍କ ସହିତ କ୍ୟାନ୍ସର ପୀଡିତ ଆଉ ପୀଡିତା ସବୁ ଦୁଖଃ ଗ୍ଲାନିକୁ ଭୁଲି  ମନୋବଳକୁ ସୁଦୃଢ଼ କରିବାକୁ ନାଚିବା ସହ ଝୁମି ଉଠିଛନ୍ତି। ଏହି ଅବସରରେ ସମ୍ବଲପୁର ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, କ୍ୟାନ୍ସର ପରି ଦୁରାଗ୍ୟ ରୋଗର ମୁକାବିଲା ଏବଂ ସୁସ୍ଥ ରଖିବା ପାଇଁ ଆୟୋଜକଙ୍କ ପକ୍ଷରୁ ଚମତ୍କାର କାମ କରାଯାଉଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.