ବରଗଡରେ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ, ଅତାବିରାରେ ଖୋଲିବ ମଣ୍ଡି

Published By : Prameya-News7 Bureau | November 25, 2021 IST

ବରଗଡ,୨୫/୧୧:  ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ଏଥିପାଇଁ ଗୁରୁବାର ଅତାବିରାରେ ଖୋଲିବ ଧାନ ମଣ୍ଡି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୭ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏଥିପାଇଁ ଚାଷୀମାନେ ପଞ୍ଜିକୃତ ମୋବାଇଲରେ ଜମିର ବିବରଣୀ , ଟୋକନର ବିବରଣୀ , ବିକ୍ରି ପାଇଁ କେତେ କ୍ବିଣ୍ଟାଲ ଧାନ ଓ ତାହାର ମୂଲ୍ୟ  ସମସ୍ତ ତଥ୍ୟ ପାଇ ପାରିବେ । ପ୍ରଥମେ ଟୋକନ ମାଧମରେ ମଣ୍ଡିକୁ ଧାନ ଆଣିଥିବା ଚାଷୀଙ୍କୁ ଆଇସ୍କାନ ଓ ଥମ୍ ସ୍କାନ କରି ବିକ୍ରି କରିବା ପାଇଁ ପ୍ରାଥମିକତା ଦିଆଯିବ ।

ପ୍ରଥମ ଥର ପାଇଁ ଧାନା କିଣାରେ ସାଟେଲାଇଟ୍ ଇମେଜିଙ୍ଗ ସିଷ୍ଟମ ଲାଗୁ ହେବ । ତେବେ ଚାଷ ନ କରି ଟୋକନ ହାତେଇ ଥିବା ଚାଷୀ ବାଦ ପଡିବେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.